Below header

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ ଚାକିରି କରାଇ ଦେବାକୁ କହି ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ, ୨ ଗିରଫ

ଭଦ୍ରକ(କେନ୍ଯୁଜ୍): କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ ଚାକିରି କରାଇ ଦେବାକୁ କହି ବେକାର ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗରେ ଦୁଇ ଯୁବକ ଗିରଫ । ଠକାମୀର ଶିକାର ହୋଇଥିଲେ ଭଦ୍ରକ ବନ୍ତ ବ୍ଲକ ପାନପଦୀ ଗାଁର ସତ୍ୟପ୍ରକାଶ ବେହେରା । ଗତ ବର୍ଷ କରୁଣାକର ରାଉତ ନାମକ ଯୁବକ ସିଆରପିଏଫରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ସତ୍ୟ ପ୍ରକାଶଙ୍କ ଠାରୁ ୨ଟି କିସ୍ତିରେ ନଗଦ ୧ଲକ୍ଷ ୩୦ହଜାର ଟଙ୍କା ନେଇଥିଲେ । ୨ ମାସ ମଧ୍ୟରେ ଚାକିରି ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଚାକିରି ନ ହେବାରୁ ସତ୍ୟପ୍ରକାଶ କରୁଣାକରଙ୍କୁ ଟଙ୍କା ଫେରାଇବାକୁ କହିଥିଲେ ।

କରୁଣାକର ଗତ ଜୁଲାଇ ୧୯ ତାରିଖରେ ୭୦ ହଜାର ଟଙ୍କାର ଏକ ଚେକ୍‌ ଦେଇଥିଲେ । ହେଲେ ଚେକ୍‌ଟି ବାଉନ୍ସ ହେବାରୁ କରୁଣାକରଙ୍କୁ ପଚାରିବାରୁ ସତ୍ୟପ୍ରକାଶଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ଏନେଇ ସତ୍ୟପ୍ରକାଶ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ କରୁଣାକର ଓ ସାଥୀ କିଷାନ ନାୟକଙ୍କୁ ପଚରାଉଚରା କରିବା ପରେ ବଡ଼ ଠକେଇ ହୋଇଥିବା ଜାଣିବାକୁ ପାଇଥିଲା । ବହୁ ଯୁବକଙ୍କ ଠାରୁ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା । ପୋଲିସ ଦୁଇ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.