Below header

ଖୁବଶୀଘ୍ର ଭାରତୀୟ ବଜାରକୁ ଆସୁଛି Toyota Aygo X, ଦେଖି ରଖନ୍ତୁ କଣ ସବୁ ରହିଛି ସ୍ପେଶାଲ ଫିଚର

ଜାପାନୀ କାର ନିର୍ମାତା କମ୍ପାନୀ ଟୟୋଟା ୨୦୦୫ ମସିହାରେ ୟୁରୋପ ବଜାରରେ ଫାଷ୍ଟ ଜେନେରେସନର Aygo କାର ଲଞ୍ଚ କରିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଜାପାନୀ କମ୍ପାନୀ Aygoର ନୂଆ ଭର୍ଜନ ଭାବରେ Toyota Aygo X ଲଞ୍ଚ କରିବା ନେଇ ଘୋଷଣା କରିଥିଲା । ଆଉ ନିକଟରେ Toyota Aygo Xର ଲୁକ ସମ୍ପୂର୍ଣ୍ଣ ରୂପେ ସାମ୍ନାକୁ ଆସିଛି । Toyota Aygo Xର ଲୁକକୁ ଦେଖିଲେ ଆପଣ ଜାଣିପାରିବେ ଏହା ଏକ ସ୍ମଲ ଫ୍ୟାମିଲି କାର ପରି ହିଁ ହୋଇଛି । କିନ୍ତୁ ରିଲିଜ ହୋଇଥିବା ପୋଷ୍ଟରରେ ଏହା ଖୁବ ଏକ ମଡ଼ର୍ଣ୍ଣ କାର ଭାବେ ଦେଖାହେଉଛି । Aygo ଓ Aygo Xର ମଡେଲ ସମ୍ପର୍ଣ୍ଣ ରୂପେ ସମାନ ଧରଣର ହୋଇଥିଲେ ମଧ୍ୟ କମ୍ପାନୀ ତରଫରୁ ଏହାକୁ ଅକନଭେନ୍ସାଲ ହେଡ଼ଲାଇଟ ସହିତ ତୁଳନା କରାଯାଉଥିବା ବେଳେ ଏଥିରେ ୱେଲ ପ୍ରଟେକଟେଡ଼ ଟାୟର, ସ୍ଲୀକ ମିରରର ସୁବିଧାମାନ ରହିଛି । Toyotaର ଏହି X ମଡେଲକୁ ସେମିତି କିଛି ବିଶେଷ ଢଙ୍ଗରେ ଡିଜାଇନ କରାଯାଇ ନାହିଁ । କିନ୍ତୁ ଏହି ନୂଆ ଡିଜାଇନର କାର ବଜାରରକୁ ଆସିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା ବେକେ ଖୁବଶୀଘ୍ର ଏହାକୁ ବଜାରରକୁ ଛଡ଼ାଯିବା ନେଇ ଯୋଜନା ରଖିଛି କମ୍ପାନୀ । ଏହି ମଡେଲକୁ ପୂର୍ବ ମଡେଲ ଠାରୁ ବେଶୀ କିଛି ଭିନ୍ନ ଭାବରେ ଡିଜାଇନ କରାଯାଇନାହିଁ । କିନ୍ତୁ କୌଣସି ବି ସମୟରେ କୌଣସି ବି ସ୍ଥିତିରେ ଏହାକୁ ବେଧଡକ ଭାବରେ ଚଲାଯାଇ ପାରିବ । କମ୍ପାନୀ ପକ୍ଷରୁ ମଜାଳିଆ ଭାବରେ ଏହାର ନାଁ “JUNTY” ରଖାଯାଇଛି ।

toyota

ତେବେ ଆସନ୍ତୁ ଏହାର ସ୍ପେଶାଲ ଫିଚର ଉପରେ ଥରେ ନଜର ପକାଇବା:

– ଏହି ଗାଡିର ରୁଫ ବା ଛାତକୁ ଏକ ସ୍ୱତନ୍ତ୍ର ଷ୍ଟାଇଲରେ ଡ଼ିଜାଇନ କରାଯାଇଛି । ଗାଡିର ଉଭୟ ପଟରେ ଥିବା ଦୁଇଟି ହେଡ଼ ଲାଇଟ ବିଲକୁଲ ପକ୍ଷୀର ଦୁଇଟି ଡେଣା ପରି ହୋଇଛି । ଏକ ବଡ ଆକାରର ଲୋୟର ଗ୍ରିଲ ଥିବାବେଳେ ଗୋଟେ ପିସର ଏକ ଲିଫଟ ଗେଟ ରହିଛି । ଏଥିରେ ଖଞ୍ଜା ଯାଇଥିବା ସ୍ୱତନ୍ତ୍ର ଟେକ୍ନୋଲୋଜି ତେଲ ଖର୍ଚ୍ଚକୁ କମ କରିବାରେ ବି ସାହାଯ୍ୟ କରିବ । Toyota କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି ଗାଡିର ଓଜନ ଖୁବ ହାଲୁକା । ଏହାର ଓଜନ ଦୁଇ ଟନ ଥିବାବେଳେ ଏହାକୁ ଖୁବ ଷ୍ଟାଇଲିସ ଅନ୍ଦାଜରେ ଲଞ୍ଚ କରାଯାଇଛି ।

– Aygo Xକୁ ଟୟୋଟାର TNGA-B ପ୍ଲାଟ୍ଫର୍ମରେ ଲଞ୍ଚ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଉଛି । ଗାଡିର ଲମ୍ବ ୧୪୫.୬ ଇଞ୍ଚ, ପ୍ରସ୍ଥ ୬୮.୫ ଇଞ୍ଚ ଓ ଉଚ୍ଚତା ୬୦.୦ ଇଞ୍ଚ ରଖାଯାଇଛି ।

– ଏହି ଗାଡିକୁ କାର୍ଡମମ ଗ୍ରୀନ, ଚି଼ଲ୍ଲୀ ବା ଭିଭିଡ ରେଡ, ଜିଞ୍ଜର କିମ୍ବା ସଫଟ ଗୋଲ୍ଡ ଅଥବା ଜୁନିପର କିମ୍ବା ଡ଼ିପ ବ୍ଲୁ ରଙ୍ଗରେ ବଜାରରେ ଉପଲବ୍ଧ ହେବ ।

– ଏହାର ମୂଲ୍ୟ ୟୁରୋପୀୟ ମୁଦ୍ରା ହିସାବରେ ୨୦ ହଜାର ୫୦୦ ୟୁରୋ ରହିବ ବୋଲି ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.