କୋଳି ତୋଳିବାକୁ ଯାଇ ଭାସିଗଲେ ୪ ଛାତ୍ର, ସମସ୍ତଙ୍କ ମୃତଦେହ ଉଦ୍ଧାର

କଟକ(କେ ନ୍ୟୁଜ): କୋଳି ତୋଳିବାକୁ ଯାଇ ଭାସିଗଲେ ୪ ଛାତ୍ର। ସମସ୍ତଙ୍କ ମୃତ ଦେହ ଉଦ୍ଧାର ସରିଛି । ନିଖୋଜଙ୍କ ବୟସ ୧୨ରୁ ୧୪ବର୍ଷ ମଧ୍ୟରେ।  ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଖୋଜ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ସକାଳୁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ଆଜି ସକାଳୁ ଆଉ ଦୁଇ ଜଣକ ମୃତ ଦେହ ଠାବ ହୋଇଥିବା ବେଳେ କିଛି ସମୟ ତଳେ ଆଉ ଜଣେ ଛାତ୍ରର ମୃତ ଶରୀର ମିଳିଥିବା ନେଇ ଖବର ଆସିଛି ।  ଗତକାଲି ୪ଜଣ ଛାତ୍ର ମହାନଦୀ ପଠାକୁ କୋଳି ତୋଳିବାକୁ ଯାଇଥିବାବେଳେ ମହାନଦୀରେ ଭାସି ଯାଇଥିଲେ। ୪ଜଣ ଯାକ କଟକ ନୂଆବଜାର ପୋତାପୋଖରୀ ଓ ବିନାୟକ ନଗର ଅଞ୍ଚଳର।

ସେପଟେ କିଛି ଯୁବକ ରାତିରେ ନଦୀରେ ଶୌଚ ହେବାକୁ ଯାଇଥିବାବେଳେ ୨ଟି ସାଇକେଲ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହେବା ପରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ଖୋଜାଖୋଜି କରିଥିଲେ। କଟକ ଡିସିପି ନିଜେ ନଦୀପଠାରେ ପହଞ୍ଚିଥିଲେ। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଏମିତି ଏକ ଦୁଖଦ ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.