ଭାରତୀୟ ରେଳବାଇର ନୂଆବର୍ଷ ଅଫର : ଅଯୋଧ୍ୟା,ବାରଣାସୀ ସମେତ ଏହି ୫ ସ୍ଥାନର ଦର୍ଶନ କରିପାରିବେ ମାତ୍ର ୭୫୦୦ ଟଙ୍କାରେ
ନୂଆଦିଲ୍ଲୀ : ଭାରତୀୟ ରେଳବାଇ ନୂଆବର୍ଷ ପାଇଁ IRCTC Tour Package ଅଫର ଦେଇଛି । ୨୦୨୨ ନୂଆ ବର୍ଷରେ ଯଦି ଆପଣ କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ଇଚ୍ଛା କରୁଛନ୍ତି କି ? ଏଥିପାଇଁ ରେଳବାଇ ଏକ ଖାସ ପ୍ୟାକେଜ ନେଇ ଆସିଛି । ଯେଉଁଥିରେ ଆପଣ ମାତ୍ର ୭,୫୦୦ ଟଙ୍କା ଦେଇ ଅଯୋଧ୍ୟା, ନନ୍ଦୀଗ୍ରାମ, ବାରାଣସୀ, ପ୍ରୟାଗରାଜ, ଚିତ୍ରକୂଟ ବୁଲିବାର ମଜା ନେଇ ପାରିବେ । ଏ ସମ୍ପର୍କରେ IRCTC ଟ୍ଵିଟ କରି ଟାଇମ ଟେବଳ ସହ ଯାତ୍ରାର ବିବରଣୀ ଜଣାଇଛି । ଜାଣନ୍ତୁ କ’ଣ ରହିଛି ପୁରା ପ୍ୟାକେଜ ।
ଟୁର୍ ପ୍ୟାକେଜ :
• ପ୍ୟାକେଜ ନାମ – Rampath Yatra Special Tourist Train
• କେଉଁ ସ୍ଥାନରେ ମିଳିବ ବୁଲିବାର ମଜା – ଅଯୋଧ୍ୟା, ନନ୍ଦୀଗ୍ରାମ, ବାରାଣସୀ, ପ୍ରୟାଗରାଜ, ଚିତ୍ରକୂଟ
• ଯାତ୍ରା କରିବାର ମାଧ୍ୟମ – ଟ୍ରେନ
• ଷ୍ଟେସନ ଓ ପ୍ରସ୍ତାନ ସମୟ – ସାବରମତୀ ଜଙ୍କସନ, ସମୟ- ୦୬ : ୦୫
• କ୍ଲାସ – ସେକେଣ୍ଡ ସ୍ଲିପର/ଥାର୍ଡ ଏସି
• କେତେ ଦିନ ହେବ ଯାତ୍ରା – ୭ ରାତି ଓ ୮ ଦିନ
• ବୁଲିବାର ତାରିଖ – ୨୫ ଡିସେମ୍ବର ରୁ ୧ ଜାନୁଆରୀ
श्री रावसाहेब दादाराव पाटिल दानवे, मा राज्य मंत्री रेल, कोयला और खनन, भारत सरकार रामपथ यात्रा स्पेशल ट्रेन को हरी झंडी दिखाकर रवाना करेंगे | समारोह का प्रसारण 27 नवंबर, 2021, सुबह 8:30 बजे से आईआरसीटीसी यूट्यूब चैनल पर ।
Visit: https://t.co/dbYdlaT5II
— IRCTC (@IRCTCofficial) November 26, 2021
courtesy : irctc.co.in
କେତେ ହେବ ଭଡ଼ା :
• ସ୍ଲିପର କ୍ଲାସରେ ଯାତ୍ରା ପାଇଁ ପ୍ରତି ବ୍ୟକ୍ତିଙ୍କୁ ଦେବାକୁ ପଡିବ ୭,୫୬୦ ଟଙ୍କା । ସେହିପରି ଥାର୍ଡ ଏସି କ୍ଳାସରେ ଯିବା ପାଇଁ ପ୍ରତି ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ ୧୨,୬୦୦ ଟଙ୍କା । ହେଲେ ୫ ବର୍ଷରୁ କମ ବୟସର ଯାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
• ବୋର୍ଡିଂ ଓ ଡି-ବୋର୍ଡିଂ ପଏଣ୍ଟ
• ସାବରମତି ଜଂକସନ, ଆଣନ୍ଦ, ଛାୟାପୁରୀ, ଗୋଧରା, ଦାହୋଦ, ରତଲାମ, ନାଗଦା, ଉଜ୍ଜେନ, ମକ୍ସୀ, ଶୁଜାଲପୁର, ସିହୋର,ଏସ୍ ହିରଦାରାମନଗର, ବିଦିଶା, ଗଂଜ ବସୌଦା, ବୀନା, ଝାନ୍ସୀ
କ’ଣ ସବୁ ସୁବିଧା ମିଳିବ :
ରାତିରେ ଯାତ୍ରୀଙ୍କୁ ରହିବାର ସୁବିଧା ଫ୍ରିରେ ମିଳିବ । ଏଥିରେ ଧର୍ମଶାଳା ବା ମଲ୍ଟି ସେୟାରିଂ ହଲର ବ୍ୟବସ୍ଥା ହେବ । ଏହାଛଡ଼ା ସକାଳ ଚା,କଫି, ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ସୁବିଧା ଫ୍ରିରେ ମିଳିବ । ନନ୍ ଏସି ରୋଡ ଟ୍ରାନ୍ସଫର ର ସୁବିଧା ମିଳିବ ।
ଅଫିସିଆଲ ଲିଙ୍କ୍ରେ କରନ୍ତୁ କ୍ଲିକ୍ :
• ଏହି ପ୍ୟାକେଜର ଅଧିକ ଜାଣିବା ପାଇଁ ଏହି ‘‘https://www.irctctourism.com/pacakage_description?packageCode=WZPSTT12 ’’ଅଫିସିଆଲ ଲିଙ୍କ୍ରେ କ୍ଲିକ କରନ୍ତୁ ।