କେନ୍ୟୁଜ୍(ବ୍ୟୁରୋ): ନଭେମ୍ବର ୨୪ ପରେ ବିଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ । ସମସ୍ତ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଆଇଏଲଏସକୁ ଅଣାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା । ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା । ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନି ।
ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି ଓମିକ୍ରନ୍କୁ ନେଇ ଭୟ କରିବାର କୌଣସି କାରଣ ନାହିଁ । ଟିକା ଉପରେ ଏହା କେତେ ପ୍ରଭାବୀ ତା ବିଷୟରେ ଗବେଷଣା ଚାଲିଛି । କେବଳ ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ ଆମକୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ। ଫଳରେ ତାଙ୍କୁ ଯୋଗାଯୋଗ କରି କଣ୍ଟାକ୍ଟ ଟ୍ରେସିଂ କରିହେବ । ଯାହା ଆବଶ୍ୟକ ସେ ବିଷୟରେ ପଦକ୍ଷେପ ନେବୁ । ଏଥିପ୍ରତି ତୀକ୍ଷ୍ଣ ନଜର ରହିଛି। ଓଡିଶାକୁ କେତେ ବିଦେଶରୁ ଆସିଛନ୍ତି ତାର ଠିକ୍ ସଂଖ୍ୟା ନାହିଁ । କେନ୍ଦ୍ର ପକ୍ଷରୁ ତଥ୍ୟ ଆସିଲେ ପଦକ୍ଷେପ ନିଆଯିବ । ତେଣୁ ସମସ୍ତେ କେବଳ ସତର୍କ ରୁହନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ।