Below header

ହେଲିକପ୍ଟର ଦୁର୍ଘଟଣା ପରେ ଜୀବିତ ଥିଲେ CDS ବିପିନ ରାଓ୍ଵତ, ଶରୀରର ତଳ ଭାଗ ଗମ୍ଭୀର ରୂପେ ଜଳି ଯାଇଥିଲା; ଉଦ୍ଧାରକାରୀ ଦଳ କହିଲେ ଛାତିଥରା ଘଟଣା

ହେଲିକପ୍ଟର ଦୁର୍ଘଟଣାରେ ନିଜ ଜୀବନ ହରାଇଥିବା ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ଵତ ଦୁର୍ଘଟଣା ପରେ ମଧ୍ୟ ଜୀବିତ ଥିଲେ। ଏପରି କି, ତାଙ୍କୁ Mi-17V5ର ଧ୍ୱଂସାବଶେଷରୁ ବାହାର କରାଯିବା ବେଳେ ସେ ହିନ୍ଦୀରେ ନିଜ ନାମ ମଧ୍ୟ କହିଥିଲେ। ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି। ଜେନେରାଲ ରାୱତଙ୍କ ସହ ଅନ୍ୟ ଜଣେ ଯାତ୍ରୀଙ୍କୁ ମଧ୍ୟ ବାହାର କରାଯାଇଥିଲା। ପରେ ସେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ବୋଲି ଜଣା ପଡିଥିଲେ। ଗ୍ରୁପ୍ କ୍ୟାପଟେନ୍ ହିଁ ଏହି ଦୁର୍ଘଟଣାରୁ ଜୀବିତ ଥିବା ଏକମାତ୍ର ବ୍ୟକ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ଧିମା କଣ୍ଠରେ କହିଥିଲେ ନିଜ ନାମ

ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ବରିଷ୍ଠ ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାରକାରୀ ଏନସି ମୁରଲୀ କହିଛନ୍ତି ଯେ ଆମେ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛୁ। ସେମାନଙ୍କ ମଧ୍ୟରୁ ଜଣେ ସିଡିଏସ୍ ରାୱତ ଥିଲେ। ମୁରଲୀ କହିଛନ୍ତି, ଯେମିତି ହିଁ ଆମେ ତାଙ୍କୁ ବାହାରକୁ ଆଣିଲୁ, ସେ ପ୍ରତିରକ୍ଷା କର୍ମଚାରୀଙ୍କ ସହ ଧିମା କଣ୍ଠରେ ହିନ୍ଦୀରେ କଥା ହୋଇଥିଲେ ଏବଂ ନିଜ ନାମ କହିଥିଲେ। ଡାକ୍ତରଖାନା ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୁରଲୀଙ୍କ କହିବା ହେଲା, ସେ ତୁରନ୍ତ ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନି ପାରି ନ ଥିଲେ, ଯାହାଙ୍କୁ ତାଙ୍କ ସହିତ ଡାକ୍ତରଖାନା ନିଆଯାଇଥିଲା।

ମୁରଲୀ କହିଛନ୍ତି, ଜେନେରାଲ ରାଓ୍ଵତ କହିଥିଲେ କି, ତାଙ୍କ ଶରୀରର ତଳ ଅଂଶରେ ଗମ୍ଭୀର ଆଘାତ ଲାଗିଛି। ଏହାପରେ ତାଙ୍କୁ ଚାଦରରେ ଗୁଡ଼ାଇ ଆମ୍ବୁଲାନ୍ସରେ ନିଆଯାଇଥିଲା। ଉଦ୍ଧାରକାରୀ ଦଳକୁ ଉଦ୍ଧାର କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଠାରେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଗାଡ଼ି ଯିବା ଭଳି କୌଣସି ରାସ୍ତା ନ ଥିଲା। ମୁରଲୀ କହିଛନ୍ତି ଯେ ଆମକୁ ପାଖ ନଦୀ ଏବଂ ଲୋକଙ୍କ ଘରୁ ବାସନରେ ପାଣି ଆଣିବାକୁ ପଡ଼ିଥିଲା। ଅପରେସନ ଏତେ କଷ୍ଟସାଧ୍ୟ ଥିଲା ଯେ ଲୋକଙ୍କୁ ଉଦ୍ଧାର କରିବା କିମ୍ବା ମୃତଦେହ ବାହାର କରିବା ପାଇଁ ହେଲିକପ୍ଟରର ଖଣ୍ଡ ବିଖଣ୍ଡିତ ଅଂଶକୁ ଅଲଗା କରିବାକୁ ପଡ଼ିଥିଲା।

ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା ଗଛ

ମୁରଲୀ କହିଥିଲେ, ଉଦ୍ଧାର କାର୍ଯ୍ୟରେ ଉପୁଡ଼ି ପଡ଼ିଥିବା ଏକ ଗଛ ବାଧା ସୃଷ୍ଟି କରିଥିଲା। ଏହାକୁ କାଟିବାକୁ ପଡ଼ିଥିଲା, ଯାହାଫଳରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। ସେ କହିଥିଲେ ଯେ ଆମେ ୧୨ ମୃତଦେହ ଉଦ୍ଧାର କରିଥିଲୁ। ଦୁଇ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଭାରତୀୟ ବାୟୁସେନାର ଯବାନମାନେ ଅଧ ବାଟରେ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ। ବରିଷ୍ଠ ଅଗ୍ନିଶମ ଅଧିକାରୀ କହିଛନ୍ତି, ଧ୍ୱଂସାବଶେଷ ମଧ୍ୟରେ ଅସ୍ତ୍ରଶସ୍ତ୍ର ପଡ଼ିଥିଲା। ତେଣୁ ଆମକୁ ସତର୍କତାର ସହିତ ଅପରେସନ କରିବାକୁ ପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.