ଅଙ୍କିତା ଲୋଖଣ୍ଡେଙ୍କୁ ସ୍ୱାମୀ ଉପହାର ଦେଲେ ୫୦ କୋଟିର ପ୍ରାଇଭେଟ୍ ଭିଲ୍ଲା, ସେଲିବ୍ରିଟିମାନେ ଦେଲେ ଲକ୍ଷ ଲକ୍ଷ ଟଙ୍କାର ଗିଫ୍ଟ!
ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନ ୧୪ ଡିସେମ୍ବରରେ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ବଡ଼ ଧୁମ୍ଧାମରେ ବିବାହ କରିଥିଲେ। ବିବାହ ପରେ ଏହି ଦମ୍ପତି ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ଅଙ୍କିତା ଓ ଭିକ୍କିଙ୍କର ସମସ୍ତ ସାଙ୍ଗ ସାମିଲ ହୋଇଥିଲେ। ଦମ୍ପତିଙ୍କର ବିବାହ କେତେ ଚମତ୍କାର ରହିଥିବ, ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେମାନଙ୍କ ବିବାହର ଫଟୋଗୁଡ଼ିକରୁ ହିଁ ଅନୁମାନ ଲଗାଯାଇ ପାରିବ। ଅଙ୍କିତା ଓ ଭିକ୍କି ୨୦୧୮ ମସିହାରୁ ହିଁ ପରସ୍ପରକୁ ଜାଣିଛନ୍ତି। ଏବେ ଖବର ଆସିଛି ଯେ ଭିକ୍କି ଜୈନ ନିଜ ସ୍ତ୍ରୀ ଅଙ୍କିତାଙ୍କୁ ମାଳଦ୍ୱୀପରେ ଏକ ବିଳାସପୂର୍ଣ୍ଣ ଭିଲ୍ଲା ଉପହାର ଦେଇଛନ୍ତି।
ଭିକ୍କି ନିଜର ଲେଡିଲଭ୍କୁ ଉପହାର ଦେଇଥିବା ଏହି ବିଳାସପୂର୍ଣ୍ଣ ଭିଲ୍ଲାର ମୂଲ୍ୟ ୫୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଏଥି ସହିତ ଅଙ୍କିତା ମଧ୍ୟ ଭିକ୍କିଙ୍କ ପାଇଁ ଏକ ପ୍ରାଇଭେଟ୍ ଜାହାଜ କିଣିଛନ୍ତି, ଯାହାର ମୂଲ୍ୟ ୮କୋଟି ଟଙ୍କା। ଏହାକୁ ଭିକ୍କି ବହୁତ ପସନ୍ଦ କରନ୍ତି। ସେପଟେ ଅଙ୍କିତା ଓ ଭିକ୍କିଙ୍କର ସମସ୍ତ ସାଙ୍ଗ ସେମାନଙ୍କୁ ବଢ଼ିଆ ବଢ଼ିଆ ଦାମୀ ଉପହାର ଦେଇଥିଲେ, ଯେଉଁଗୁଡ଼ିକ ଖୁବ୍ ମହଙ୍ଗା। ଏକତା କପୁର, ଅଙ୍କିତାଙ୍କୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଏକ ହୀରା ସେଟ୍ ଉପହାର ଦେଇଛନ୍ତି। ମାହି ବିଜ୍ ସବ୍ୟସାଚୀ କଲେକ୍ସନର ୧୫ ଲକ୍ଷ ଟଙ୍କାର ଶାଢ଼ି ଉପହାର ଦେଇଛନ୍ତି। ସେହିପରି ଋତ୍ୱିକ୍ ଧନଜାନୀ, ଭିକ୍କି ଜୈନଙ୍କୁ ଏକ ଦାମୀ ଘଣ୍ଟା ଓ ଅଙ୍କିତା ଲୋଖଣ୍ଡେଙ୍କୁ ଏକ ହୀରା ଚୋକର ଦେଇଛନ୍ତି, ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା। ଟାଇଗର ଶ୍ରଫ, ଅଙ୍କିତା ଲୋଖଣ୍ଡେଙ୍କୁ ‘ମିନି କୁପର’ ବ୍ରାଣ୍ଡର କାର ଦେଇଛନ୍ତି। ଅଭିନେତ୍ରୀ ସୃଷ୍ଟି ରୋଡେ, ଅଙ୍କିତା ଲୋଖଣ୍ଡେଙ୍କୁ ସୁନାର ଚେନ୍ ଗିଫ୍ଟ କରିଛନ୍ତି।
ଅଙ୍କିତା ତାଙ୍କ ବିବାହକୁ ନେଇ ସବୁବେଳେ ଉତ୍ସାହିତ ରହୁଥିଲେ ଏବଂ ବଡ଼ ଧୁମ୍ଧାମରେ ବିବାହ କରିବାକୁ ଚାହୁଁଥିଲେ। ଆଉ ଶେଷରେ ଏମିତି ହିଁ ହୋଇଥିଲା। ଭିକ୍କି ଜୈନ ଓ ଅଙ୍କିତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଧମାଲ କରୁଛି। କହି ରଖୁଛୁ, ବିବାହ ପରେ ଅଙ୍କିତା ଏବେ ଛତିଶଗଡର ବୋହୂ ହୋଇଛନ୍ତି। ବାସ୍ତବରେ, ତାଙ୍କ ସ୍ୱାମୀ ଭିକ୍କି ଜୈନ ଛତିଶଗଡର ବାସିନ୍ଦା। ସେ ବିଳାସପୁରର ଜଣେ ଜଣାଶୁଣା କୋଇଲା ବ୍ୟବସାୟୀଙ୍କ ପୁଅ। ଭିକ୍କି ନିଜେ ମଧ୍ୟ ଜଣେ ବ୍ୟବସାୟୀ ଏବଂ ଏହି ପରିପ୍ରେକ୍ଷୀରେ ସେ ମୁମ୍ବାଇ ଯିବା ଆସିବା କରି ଥାଆନ୍ତି। ଏହାରି ଭିତରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ତାଙ୍କର ଭେଟ ଅଙ୍କିତା ଲୋଖଣ୍ଡେଙ୍କ ସହିତ ହୋଇଥିଲା। ପ୍ରଥମେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ପରେ ସେମାନେ ପ୍ରେମରେ ପଡ଼ିଥିଲେ। ପାଖାପାଖି ୩ ବର୍ଷ ପରେ ଦୁହେଁ ବିବାହ କରିଛନ୍ତି।