Below header

ବ୍ରେକଫାଷ୍ଟ ନ ଖାଇ ସିଧା ଲଞ୍ଚ୍‌ କରୁଛନ୍ତି କି, ତେବେ ଏହାର ପରିଣାମ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

କଣ ଆପଣ ସକାଳର ଜଳଖିଆ ଖାଉନାହାଁନ୍ତି। ସକାଳର ଟିଫିନ୍‌ ନକରି ସିଧା ଦ୍ୱିପହର ଖାଇବା ଖାଉଛନ୍ତି କି, ତାହେଲେ ଜାଣିରଖନ୍ତୁ ଆପଣ ନିଜେ ନିଜର ମୃତ୍ୟୁକୁ ନିମନ୍ତ୍ରଣ କରୁଛନ୍ତି। ଆପଣ ଲଞ୍ଚ୍‌ ଡିନର ବରଂ କମ୍‌ ଖାଆନ୍ତୁ କିନ୍ତୁ ସକାଳର ବ୍ରେକଫାଷ୍ଟ ନିଶ୍ଚୟ କରନ୍ତୁ। ଜଣେ ସୁସ୍ଥ ଶରୀର ରଖିବାକୁ ଚାହୁଁଥିଲେ ଆପଣ ସକାଳର ବ୍ରେକଫାଷ୍ଟ ନିଶ୍ଚୟ ଖାଆନ୍ତୁ।

ଆପଣଙ୍କ ଖାଦ୍ୟପେୟର ଅଭ୍ୟାସ ହୃଦଘାତର ଭୟକୁ ଅଧିକ ବଢ଼ାଇ ଦେଇପାରେ। ଯଦି ଆପଣ ପ୍ରତିଦିନ ବ୍ରେକଫାଷ୍ଟ ସ୍କିପ କରି ସିଧା ଲଞ୍ଚ୍‌ କରୁଛନ୍ତି ତାହେଲେ ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ ହାର୍ଟଆଟାକର ଭୟ ଆଡକୁ ଟାଣି ନେଇଯାଏ।
ଏକ୍ସପର୍ଟଙ୍କ ଅନୁଯାୟୀ ବ୍ରେକଫାଷ୍ଟ ଛାଡିବା ଅଭ୍ୟାସ କାରଣରୁ ଆପଣଙ୍କୁ ରୋଗ ମାଡିବସିବ। ରିସର୍ଚ୍ଚରମାନେ ଅନୁସନ୍ଧାନରେ ଏହା ଜାଣିବାକୁ ପାଇଲେ ଯେ ଯେଉଁ ଲୋକ ବ୍ରେକଫାଷ୍ଟ ସ୍କିପ କରୁଛନ୍ତି, ସେମାନଙ୍କ ଠାରେ ହାର୍ଟ ଆଟାକର ଭୟ ଅଧିକ ବଢ଼ିଯାଇଛି। ଏମାନଙ୍କ ମଧ୍ୟରେ ହୃଦଘାତର ଭୟ ୨୭ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଭୟ ରହିଛି।

ପ୍ରଚୁର ମାତ୍ରାରେ ଭିଟାମିନ୍‌ ଏବଂ ମିନେରାଲ ମିଳିନଥାଏ

ଯେଉଁମାନେ ବ୍ରେକଫାଷ୍ଟ ସ୍କିପ କରନ୍ତି ସେମାନଙ୍କ ଓଜନ ଶୀଘ୍ର ବଢ଼ିଥାଏ। ସେମାନଙ୍କ ଠାରେ ଡାଇବେଟିଜ, ହାଇ କୋଲେଷ୍ଟ୍ରଲ ଏବଂ ହାଇପରଟେନସନର ଭୟ ଅଧିକ ବଢ଼ିଯାଏ।
ବ୍ରେକଫାଷ୍ଟ ସ୍କିପ କରିବା କାରଣରୁ ମୋଟାପଣ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଷ୍ଟ୍ରୋକ ଭଳି ମାରାତ୍ମକ ରୋଗ ମଧ୍ୟ ହୋଇପାରେ। ଯେତେବେଳେ ଆପଣ ବ୍ରେକଫାଷ୍ଟ ସ୍କିପ କରୁଛନ୍ତି ତାହେଲେ ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍‌ ଏବଂ ମିନେରାଲ ମିଳିନଥାଏ।

ରିଫାଇନଡ କାର୍ବୋହାଇଡ୍ରେଟ୍ସ ଏବଂ ପ୍ରୋଜେସଡ ଫୁଡ୍‌ ଖାଆନ୍ତୁନାହିଁ

ବ୍ରେକଫାଷ୍ଟରେ ସୁଗାର, ରିଫାଇନଡ କାର୍ବୋହାଇଡ୍ରେଟ୍ସ ବହୁତ ଅଧିକ ଲୁଣ ଏବଂ ପ୍ରୋଜେସଡ ଫୁଡ୍‌ ଖାଆନ୍ତୁ ନାହିଁ। ଡାଏଟରେ ନଟ୍ସ,ସିଡସ୍‌ ଏବଂ ଫଳକୁ ନିଶ୍ଚୟ ସାମିଲ କରନ୍ତୁ। ସାଗୁ ଦାନା ଏବଂ ନନ୍‌ ଷ୍ଟର୍ଚ ପରିବାଯୁକ୍ତ ଖାଦ୍ୟ ଆପଣଙ୍କ ପାଇଁ ବେଶ୍‌ ଲାଭଦାୟକ ହେବ। ଦୁଗ୍ଧଜାତୀୟ ଖାଦ୍ୟ ଏବଂ ଅଣ୍ଡା ଖାଆନ୍ତୁ।

(ନୋଟ୍‌ : ଏଠାରେ ଦିଆଯାଇଥିବା ବିବରଣୀ ଘରୋଇ ଉପାୟ ଏବଂ ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ ଆପଣେଇବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.