ଓମିକ୍ରନ ଭୟ, ଭୁବନେଶ୍ୱରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ଓଡିଶାରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଓଡିଶା ସରକାରଙ୍କୁ ଘାରିଛି ଭୟ । ଫଳରେ ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଭୁବନେଶ୍ୱରର ଭିଏସ୍‌ଏସ୍‌ ନଗର ୧୧ ନମ୍ବର ଓ୍ଵାର୍ଡ, ବମିଖାଲର ଜୟଦୁର୍ଗା ନଗରକୁ ଆଜି ବିଏମସି କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ।

ଓଡ଼ିଶାରେ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ ସଂକ୍ରମିତ ବିଦେଶ ଫେରନ୍ତା ବୋଲି ଜଣାପଡ଼ିଛି । ସଂକ୍ରମିତଙ୍କ ମଧ୍ୟରୁ ଜଣେ କାତାର ରୁ ଆସିଥିବା ବେଳେ ଅନ୍ୟ ଜଣେ ନାଇଜେରିଆରୁ ଆସିଛନ୍ତି ବୋଲି ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ ଯେ ବିଦେଶ ଫେରନ୍ତା ୭ ଜଣଙ୍କ ନମୂନା ଜିନମ ସ୍ୱିକେନ୍ସି ପାଇଁ ପଠାଯାଇଥିଲା । ୪ ଜଣଙ୍କ ନମୂନା ନେଗେଟିଭ ଆସିଥିବା ବେଳେ ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଆଜି ସେ ଭିତରୁ ୨ ଜଣଙ୍କର ଓମିକ୍ରନ ପଜିଟିଭ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.