ଗ୍ରାମାଞ୍ଚଳରେ ରହିବନି ଲୋ ଭୋଲଟେଜ୍‌ ସମସ୍ୟା ,୧୩ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ କ୍ୟାବିନେଟ ୧୩ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳରେ ଲୋ ଭୋଲଟେଜ୍‌ ସମସ୍ୟା ଦୂର ହେବ। ଏହାକୁ ଦୂର କରିବାକୁ ୨୬୦ କୋଟି ଟଙ୍କାର ଏକ ଟ୍ରାନ୍‌ମିଶନ ପ୍ରୋଜେକ୍ଟ କ୍ୟାବିନେଟ ଅନୁମୋଦନ କରିଛି। ଏଥିରେ ୪ଟି ସ୍ଥାନ ଗ୍ରୀଡ଼ ସବଷ୍ଟେସନ ତିଆରି କରାଯିବ। ଏହାସହ ଓଡ଼ିଶା ଡିଷ୍ଟ୍ରିବ୍ୟୁସ ସିଷ୍ଟମ ସୁଦୃଢ଼ୀକରଣ ପାଇଁ ଖର୍ଚ୍ଚ କରାଯିବ ୧୭୯୬ କୋଟି ଟଙ୍କା। ଲୋ ଭୋଲଟେଜ୍‌ ପକେଟ୍‌ରେ ୯୯ଟି ସବଷ୍ଟେସନ ଓ ୬୪ଟି ୩୩ କେଭି ଲାଇନ କରାଯିବ।

ଆସନ୍ତା ୩ ବର୍ଷରେ ଏହାକୁ ସମ୍ପୂର୍ଣ୍ଣ କରାଯିବ। କଳାହାଣ୍ଡି ସାନ୍ଦୁଲ ନଦୀ ଉପରେ ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପକୁ ମଂଜୁର ପ୍ରଦାନ କରିଛି କ୍ୟାବିନେଟ। ୧୨୬ କୋଟି ଟଙ୍କା ବ୍ୟୟରେ ବ୍ୟାରେଜ କାମ ହେବ। ଜଳ ସେଚିତ ହେବ ୫ ହଜାର ହେକ୍ଟର ଜମି। ଅଢେଇ ବର୍ଷ ଭିତରେ ସରିବ ପ୍ରକଳ୍ପ କାମ। ଗୋଟିଏ ଅଧ୍ୟାଦେଶକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛି। ଓଡ଼ିଶା ମ୍ୟୁନିସ୍‌ପାଲିଟି ଆକ୍ଟ ୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ ୨୦୦୩କୁ ସଂଶୋଧନ ପାଇଁ ଏହି ଅଧ୍ୟାଦେଶ।

 

Leave A Reply

Your email address will not be published.