ଟିଭିର ଏହି କଳାକାର ଦମ୍ପତିମାନେ ଦୀର୍ଘ ଦିନର ବୈବାହିକ ଜୀବନ ପରେ ଦେଇଥିଲେ ଛାଡ଼ପତ୍ର

ମୁମ୍ବାଇ : ଅଧିକାଂଶ କଳାକାରଙ୍କ ଜୀବନରେ ବିବାହ ଭଳି ପବିତ୍ର ବନ୍ଧନ ଦୀର୍ଘ ଦିନ ଧରି ରହିନଥାଏ । କେହି କେହି ବିବାହର ୨/୩ ବର୍ଷ ପରେ ଅଲଗା ହୋଇଥାନ୍ତି ତ ଆଉ କିଏ ବିବାହର ୧୫/୧୬ ବର୍ଷ ପରେ ମଧ୍ୟ ଅଲଗା ହୋଇଥାନ୍ତି । ଏମିତି କିଛି ଟିଭି କଳାକାର ଦମ୍ପତି ଅଛନ୍ତି ଯେଉଁମାନେ ୧୫/୧୬ ବର୍ଷ ଏକାଠି ରହି ମଧ୍ୟ ଅଲଗା ହୋଇଛନ୍ତି । ଆସନ୍ତୁ ଜାଣିବା ଏହି କଳାକାରମାନଙ୍କ ବିଷୟରେ ।
ଆୟୁବ ଖାନ୍ ଓ ନିହାରିକା ଖାନ୍ : ଉତରନ୍ ଭଳି ଟିଭି ସିରିଏଲରେ ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ଆୟୁବ ଖାନ୍ ୨୦୦୦ ମସିହାରେ ନିହାରିକା ଖାନ୍ଙ୍କୁ ବିବାହ କରିଥିଲେ । ଏମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ହେଲେ ୨୦୧୬ ରେ ଏହି ଦମ୍ପତି ୧୬ ବର୍ଷ ର ବୈବାହିକ ସମ୍ପର୍କ ଛିନ୍ନ କରି ତଲାକ ଦେଇଥିଲେ ।
କିରନ କରମାକର ଓ ରିଙ୍କୁ : ‘କହାନୀ ଘର ଘର’ ରୁ ଲୋକପ୍ରିୟ ହୋଇଥିବା କିରନ କରମକାର ନିଜ ସହ କାମ କରୁଥିବା ଅଭିନେତ୍ରୀ ରିଙ୍କୁଙ୍କୁ ବିବାହ କରିଥିଲେ । ଉଭୟଙ୍କ ବିବାହ ପ୍ରାୟ ୧୫ ବର୍ଷ ଯାଏ ଭଲରେ କଟିଥିଲା । ବୈବାହିକ ଜୀବନରେ ବାରମ୍ବାର ଝଡ଼ ସୃଷ୍ଟି ହେବାରୁ ଏହି ଦମ୍ପତି ଦୂରେଇ ଯାଇଥିଲେ । ଛାଡ଼ପତ୍ର ପରେ ମଧ୍ୟ ଦୁହେଁ ଭଲ ସାଙ୍ଗ ରହିଛନ୍ତି ।

ରାଜୀବ ପଲ୍ ଓ ଅଭନେତ୍ରୀ ଡେଲନାଜ : ବହୁ ଟିଭି ସିରିଏଲରେ ହିଟ କରିଥିବା ଅଭିନେତା ରାଜୀବ ପଲ ଅଭିନେତ୍ରୀ ଡେଲନାଜଙ୍କୁ ବିବାହ କରିଥିଲେ । ଉଭୟଙ୍କ ବୈବାହିକ ଜୀବନ ୧୪ ବର୍ଷ ଧରି ଖୁବ ଭଲରେ କଟିଥିଲା । ୧୯୯୮ ରେ ହୋଇଥିବା ତାଙ୍କର ବିବାହ ୨୦୧୨ ରେ ସମାପ୍ତ ଘଟିଥିଲା ।

ରାଜା ଚୌଧୁରୀ ଓ ଶ୍ୱେତା ତିଓ୍ଵାରୀ : ଡେଲନାଜଙ୍କ ପରି ଶ୍ୱେତା ତିଓ୍ଵାରୀ ମଧ୍ୟ ବିବାହର ୧୪ ବର୍ଷ ପରେ ପତି ରାଜା ଚୌଧୁରୀଙ୍କ ଠାରୁ ସମ୍ପର୍କ ଛିନ୍ନ କରିଥିଲେ । ଶ୍ୱେତା ତିଓ୍ଵାରୀଙ୍କୁ ରାଜାଙ୍କ ସହ ଛାଡ଼ପତ୍ର ଦେବା ପାଇଁ ଦୀର୍ଘ ଦିନ ଧରି କୋର୍ଟ କଚେରୀ ଦୌଡ଼ିବାକୁ ପଡ଼ିଥିଲା । ଉଭୟଙ୍କ ବୈବାହିକ ଜୀବନ ୧୯୯୮ ରୁ ୨୦୧୨ ପର୍ଯ୍ୟନ୍ତ ଚାଲିଥିଲା ।

ସଂଜୀବ ସେଠ ଓ ରେଶମ : ୟେ ରିସ୍ତା କ୍ୟା କହଲାତା ହେ ର ଲୋକପ୍ରିୟ ଅଭିନେତା ସଂଜୀବ ସେଠ ଅଭିନେତ୍ରୀ ରେଶମ ଟିପନିସଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ବୈବାହିକ ଜୀବନ ୧୯୯୩ ରୁ ୨୦୦୪ ପର୍ଯ୍ୟନ୍ତ ଚାଲିଥିଲା । ୧୧ ବର୍ଷ ଧରି ବୈବାହିକ ଜୀବନ କାଟିବା ପରେ ଉଭୟେ ଅଲଗା ହୋଇଯାଇଥିଲେ ।