ବାହାଘରରେ ଏଣ୍ଟ୍ରି ପାଇଁ ଅତିଥିଙ୍କୁ RTPCR ରିପୋର୍ଟ ମାଗିଲେ ମୌନୀ, ଜାନୁଆରୀ ୨୭ରେ ବିବାହ ବନ୍ଧନରେ ହେବେ ଆବଦ୍ଧ
ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ ପ୍ରେମିକ ସୁରଜ ନାମ୍ବିୟାରଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏମିତିରେ ସମସ୍ତ ପ୍ରସ୍ତୁତି ଚାଲିଛି। ମୌନୀ ବିବାହ ପାଇଁ ଗୋଆର ଏକ ଜବରଦସ୍ତ ଲୋକେସନ ଠିକ୍ କରିଛନ୍ତି ଆଉ ସେଠାରେ ହିଁ ରୋମାଣ୍ଟିକ ଅନ୍ଦାଜରେ ୨୭ ଜାନୁଆରୀକୁ ବିବାହ କରିବେ।
ଏବେ କରୋନାର ତୃତୀୟ ଲହର ଚାଲିଛି। ଆଉ ଏମିତିରେ କରୋନାରୁ ସତର୍କତା ଅବଲମ୍ବନ କରି ବିବାହ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଖବର ମୁତାବକ, ମୌନୀ ରୟ ନିଜ ବିବାହ ପାଇଁ ମଧ୍ୟ ଗାଇଡଲାଇନ ଜାରି କରିଛନ୍ତି। କୋଭିଡ ମାମଲା ବଢୁଥିବରୁ ମୌନୀ ନିଜ ଗେଷ୍ଟ ଲିଷ୍ଟରୁ ଅନେକ ଲୋକଙ୍କ ନାମ କାଟି ଦେଇଛନ୍ତି। ସେହିଭଳି ବିବାହକୁ ଆସୁଥିବା ଅତିଥିଙ୍କୁ ଆରଟିପିସିଆର ରିପୋର୍ଟ ଆଣିବା ପାଇଁ ମଧ୍ୟ କହିଛନ୍ତି। ତେବେ ଯାଇ ସେମାନଙ୍କୁ ବିବାହ ସ୍ଥଳରେ ଏଣ୍ଟ୍ରିମିଳିବ।
ମୌନୀ ନିଜ ବିବାହରେ ଟିଭି ଇଣ୍ଡଷ୍ଟ୍ରୀର ନିଜ ସାଙ୍ଗମାନଙ୍କୁ ବିବାହକୁ ଡାକି ପାରିବେ ନାହିଁ। କିନ୍ତୁ ନିଜ ସାଙ୍ଗମାନଙ୍କ ପାଇଁ ବିବାହ ପରେ ମୁମ୍ବାଇରେ ଏକ ସ୍ୱତନ୍ତ୍ର ଭୋଜିର ଆୟୋଜନ କରାଯିବ, ଯେଉଁଥିରେ ଏମାନଙ୍କୁ ନିମନ୍ତ୍ରଣ କରିବେ ବୋଲି ମୌନୀ କହିଛନ୍ତି।
ଖବର ମୁତାବକ, ମୌନୀଙ୍କ ବିବାହ ଉତ୍ସବ ଦୁଇଦିନ ପାଇଁ ଚାଲିବ। ବିବାହ ପାଇଁ ଏହା ପୂର୍ବରୁ ହେଉଥିବା ସମସ୍ତ ରୀତିନୀତିକୁ ଫଲୋ କରାଯିବ। ୨୬ ତାରିଖରୁ ବିବାହ ଉତ୍ସବ ଆରମ୍ଭ ହେବ। ୨୭ ତାରିଖରେ ବିବାହ ହେବ। ଏଥିପାଇଁ ସାଉଥ ଗୋଆର ପଞ୍ଚତାରକା ହୋଟେଲ ବୁକ୍ କରାଯାଇଛି। ଅତିଥିମାନଙ୍କୁ କୌଣସି ପ୍ରକାର ସମସ୍ୟା ନ ହୁଏ, ତେଣୁ ସବୁ କଥାରେ ଧ୍ୟାନ ରଖାଯାଇଛି।