ଅଟା ସରିଯାଇଛି କି ତେବେ ଚାଉଳ ଗୁଣ୍ଡରେ ବନାନ୍ତୁ ଟେଷ୍ଟି ରୁଟି, ଡିନରକୁ କରନ୍ତୁ ସ୍ପେଶାଲ
ଆବଶ୍ୟକ ସାମଗ୍ରୀ
ଏକ କପ୍ ଚାଉଳ ଗୁଣ୍ଡ
୧୧/୨ ପାଣି
୨ ଚାମଚ ତେଲ
ପ୍ରସ୍ତୁତି ପ୍ରଣାଳୀ
- ଚାଉଳ ଗୁଣ୍ଡରେ ରୁଟି ବନାଇବା ପାଇଁ ପ୍ରଥମେ ମିଡିୟମ୍ ଆଞ୍ଚରେ ଏକ ପ୍ୟାନ୍ ବସାନ୍ତୁ ଏବଂ ସେଥିରେ ପାଣି ଗରମ କରନ୍ତୁ।
- ଯେତେବେଳେ ପାଣି ଗରମ ହୋଇଯିବ ସେତେବେଳେ ଏଥିରେ ତେଲ ପକାଇ ମିଶାନ୍ତୁ।
- ଏହାପରେ ଏଥିରେ ଚାଉଳ ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରନ୍ତୁ।
- ପାଣି ସୁଖିଯିବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ।
- ଚାଉଳ ଗୁଣ୍ଡର ଅଟାକୁ ଘୋଡାଇ ୫ ମିିନିଟ ପାଇଁ ରଖିଦିଅନ୍ତୁ। ଯାହାଦ୍ୱାରା ଏହା ନରମ ହୋଇଯିବ।
- ଏବେ ଏହାକୁ କୌଣସି ଏକ ପାତ୍ର୍ରରେ କାଢ଼ି ଚକଟନ୍ତୁ, ଯେମିତି ଏହା ନରମ ହୋଇଯିବ।
- ଚକଟିବା ପରେ ୧୫ ମିନିଟ ଘୋଡାଇ ରଖନ୍ତୁ, ଯାହାଦ୍ୱାରା ଏହା ଫୁଲି ସେଟ୍ ହୋଇଯିବ।
- ଏହାପରେ ମିଡିୟମ୍ ଆଞ୍ଚରେ ତାଓ୍ଵାକୁ ଗରମ କରନ୍ତୁ।
- ଏବେ ଏହି ମିଶ୍ରଣରୁ ଛୋଟ ଗୋଲା ନେଇ ହାତରେ ଦବାଇ ଦବାଇ ବେଲି ଦିିଅନ୍ତୁ।
- ରୁଟିକୁ ଧିରେ କରି ତାଓ୍ଵା ଉପରେ ରଖିଦିଅନ୍ତୁ। ଗୋଟେ ପାଖ ସେକି ହୋଇଗଲା ପରେ ଅନ୍ୟ ପାଖକୁ ଓଲଟାଇ ସେକି ଦିଅନ୍ତୁ।
- ଏପରି ଭାବେ ସବୁ ଗୋଲାକୁ ନେଇ ରୁଟି ପ୍ରସ୍ତୁତ କରି ଦିଅନ୍ତୁ।
- ଏହାକୁ ଆପଣ ଗରମ ଗରମ କରକାରୀ ସହିତ ଖାଇ ଭରପୂର ମଜା ଉଠାନ୍ତୁ।