ଆଗକୁ ଆସୁଛି ମାୟାବୀ, ଭୂମିକା ସେୟାର କଲେ ନିଜ ଫିଲ୍ମର ଶୁଭ ମହୁରତ ଫଟୋ
ଆଗକୁ ଆସୁଛି ଓଲିଉଡ ମୁଭି ‘ମାୟାବୀ’। ନିଜ ପ୍ରସଂଶକଙ୍କ ପାଇଁ ଲିଡ ରୋଲ୍ ପ୍ଲେ କରୁଥିବା ଅଭିନେତ୍ରୀ ଭୂମିକା ଓ ଅଭିନେତା ଅମ୍ଳାନ ନେଇଆସୁଛନ୍ତି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମାୟାବୀ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ। ତେବେ ଗତ ସରସ୍ୱତୀ ପୂଜା ଉପଲକ୍ଷେ, ପୁରୀ ବଡଦାଣ୍ଡରେ ମାୟାବୀ ସିନେମାର ଶୁଭ ମହୁରତ୍ ହୋଇସାରିଛି।
କରୋନା ପରେ ନିଜର ଏହି ଫିଲ୍ମ ପାଇଁ ଭୂମିକା ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ନୂଆ ଫିଲ୍ମର ଫଟୋ ସେୟାର କରି ସମସ୍ତଙ୍କର ଆଶୀର୍ବାଦ ଓ ଶୁଭକାମନା ମାଗୁଛନ୍ତି। ତେବେ ଏହି ଫିଲ୍ମ କେବେ ରିଲିଜ୍ ହେବ ସେ ବିଷୟରେ ଜଣାପଡ଼ିନାହିଁ।
View this post on Instagram
ଭୂମିକା ନିଜ ନୂଆ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି। ଆଗକୁ ତାଙ୍କର ଅନେକ ଫିଲ୍ମ ରିଲିଜ୍ ହେବାର ଅଛି। ଶିଶୁ କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ଭୂମିକା ବର୍ତ୍ତମାନ ଅନେକ ଫିଲ୍ମରେ ଲିଡ୍ ରୋଲ୍ କରିସାରିଛନ୍ତି । ତାଙ୍କ ଅଭିନୟକୁ ମଧ୍ୟ ସମସ୍ତେ ପ୍ରଶଂସା କରୁଛନ୍ତି। ତେବେ ନିଜ ପାଠ ପଢା ସହିତ ନିଜ ପ୍ରଫେସନାଲ ଲାଇଫକୁ କିପରି ଭଲ ଭାବେ ମ୍ୟାନେଜ୍ କରାଯିବ ସେହି ବିଷୟରେ ମଧ୍ୟ ଭୂମିକା ଅନେକ ଥର ମିଡିଆ ସାମ୍ନାରେ କହିଛନ୍ତି। ଏହା ସହିତ ସେ ନିଜ ଅଭିନୟ କ୍ୟାରିୟରକୁ ଭଲ କରିବା ପାଇଁ ପରିଶ୍ରମ ମଧ୍ୟ କରୁଛନ୍ତି।