‘ମୋ ଭାଇ ପାଇଁ ଜୀବନ ବି ଦେଇ ପାରିବି’: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

‘ମୁଁ ମୋ ଭାଇ ପାଇଁ ଜୀବନ ବି ଦେବାକୁ ପଛାଇବି ନାହିଁ’ ବିଜେପିର ଏକ ଆରୋପର ଏଭଳି ମୁହଁ ତୋଡ଼ ଜବାବ୍‌ ଦେଇଛନ୍ତି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା କହିଛନ୍ତି- ମୁଁ ମୋ ଭାଇ ପାଇଁ ଜୀବନ ଦେଇପାରିବି ଓ ସେ ମୋ ପାଇଁ ଜୀବନ ଦେଇପାରିବ। ପ୍ରକାଶ ଯେ କିଛି ଦିନ ତଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଫାଟ କଂଗ୍ରେସକୁ ତଳିତଳାନ୍ତ କରିବ। ଏହାର ଜବାବରେ ପ୍ରିୟଙ୍କା କହିଛନ୍ତି- ଆମ ଭିତରେ ଫାଟ କେଉଁଠି ଅଛି?


ପ୍ରିୟଙ୍କା ହସି ହସି କହିଛନ୍ତି- ଯୋଗୀ ଜୀଙ୍କ ମୁଣ୍ଡରେ ସଂଘର୍ଷ ଓ ମତଭେଦ ଅଛି। ଲାଗୁଛି ଯେମିତି ସେ ବିଜେପିରେ ତାଙ୍କ ମୋଦିଜୀ ଓ ଅମିତ ଶାହଙ୍କ ମଧ୍ୟରେ ଫାଟ ଯୋଗୁ ଏମିତି କହୁଛନ୍ତି। ନିର୍ବାଚନ ପ୍ରଚାର ବେଳେ ହେଲିକପ୍ଟରରେ ବସିବା ବେଳେ ଏମିତି କହିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

ତେବେ ଏଭଳି ମନ୍ତବ୍ୟ ଦେଇ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସ୍ପଷ୍ଟ କରି ଦେଇଛନ୍ତି ଯେ ତାଙ୍କର ଓ ଭାଇ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କୌଣସି ମତାନ୍ତର କି ମନାନ୍ତର ନାହିଁ। ସେମାନେ ଏକାଠି ଗୋଟିଏ ଦଳ ଭଳି କାମ କରୁଛନ୍ତି ଓ ଦଳକୁ ନିର୍ବାଚନ ଜିତାଇବାକୁ ଲାଗି ପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.