Below header

ଓଡ଼ିଶାରେ ବଲିଉଡ୍‌ ଷ୍ଟାର୍‌ କିରଣ କୁମାର, କହିଲେ କରୋନା ପ୍ରଭାବ ପରେ ପୁଣି ଫେରିବ ବଲିଉଡ୍‌ ଜଲଓ୍ଵା

କଟକ (କେନ୍ୟୁଜ୍‌) : ଓଡ଼ିଶାରେ ବଲିଉଡ ଷ୍ଟାର କିରଣ କୁମାର। ଆଜି ଏକ ବିଜ୍ଞାପନ ଫିଲ୍ମର ସୁଟିଂ ପାଇଁ ସେ କଟକ ଆସିଛନ୍ତି। ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ଘରେ ତାଙ୍କର ସୁଟିଂ ଥିଲା । ଏଥିପାଇଁ ସେ ନିଜକୁ ଧନ୍ୟମନେ କରୁଥିବା କହିଛନ୍ତି । । ଘରକୁ ଗଲା ବେଳେ ମୁଁ ନିଶ୍ଚୟ ଓଡିଶା ରସଗୋଲା ସାଙ୍ଗରେ ନେବି ବୋଲି ଏହି ବରିଷ୍ଠ ଅଭିନେତା କହିଛନ୍ତି ।

ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କିରଣ କୁମାର ଓଡିଶା ଆସି ବହୁତ ଖୁସି ଏବଂ ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ସେ ନିଶ୍ଚୟ ଅଭିନୟ କରିବେ ବୋଲି କହିଛନ୍ତି । କୋଭିଡ ଯୋଗୁଁ ଦେଶର ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ କଳାକାର ବହୁତ ପ୍ରଭାବିତ ହୋଇଛନ୍ତି । ତେବେ ବର୍ତ୍ତମାନ ଧୀରେ ଧୀରେ ସିନେମା ହଲ୍‌ ସବୁ ଖୋଲିବା ଆରମ୍ଭ କଲାଣି । ତେଣୁ ପୂର୍ବର ପରିସ୍ଥିତି ବଦଳିଯିବ ଏବଂ ପୁଣି ଦର୍ଶକ ହଲ୍‌ରେ ବସି ଫିଲ୍ମର ମଜା ଉଠାଇବେ ବୋଲି କିରଣ କହିଛନ୍ତି ।

ଖୁଦଗର୍ଜ, ଖୁଦାଗଓ୍ଵାହ, ତେଜାବ, ଆଜ କା ଅର୍ଜୁନ ଭଳି ଅନେକ ହିଟ୍‌ ଫିଲ୍ମରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଛନ୍ତି କିରଣ କୁମାର । ପ୍ରଥମେ ଜଣେ ନାୟକ ଭାବେ ଅଭିନୟ ଆରମ୍ଭ କରିବା ପରେ କିରଣ କୁମାର ଖଳନାୟକ ସହ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ସେ ହେଉଛନ୍ତି ବିଗତ ଦିନର ଜଣାଶୁଣା ଖଳନାୟକ ଜୀବନଙ୍କ ପୁଅ । ଏବେ ୭୬ ବର୍ଷ ବୟସରେ ବି ସେ ଅଭିନୟ ଜାରି ରଖିଛନ୍ତି । ପ୍ରାୟ ଦୁଇ ଶହରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଫିଲ୍ମ ସହିତ ମଞ୍ଚ ଏବଂ ଟେଲିଭିଜନ ଦୁନିଆରେ ବି ସେ ବେଶ୍‌ ସକ୍ରିୟ । ତାଙ୍କୁ ଓଡ଼ିଶା ବହୁତ ଭଲ ଲାଗେ ଏବଂ ପୂର୍ବଥର ଆସିବା ବେଳେ ସେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ ବୋଲି କିରଣ କୁମାର କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.