Below header

ବିବାହିତ ପୁରୁଷ ଶୋଇବା ପୂର୍ବରୁ ଖାଆନ୍ତୁ ପାନ; ପାଆନ୍ତୁ ଜବରଦସ୍ତ ଫାଇଦା! ଜାଣନ୍ତୁ ପାନ ପତ୍ରର ଆଉ ସବୁ କ’ଣ ରହିଛି ଫାଇଦା

ଭାରତରେ ଅଧିକ ମାତ୍ରାରେ ପାନ ଖିଆଯାଏ। କିଛି ସ୍ଥାନରେ ବିବାହରେ ପାନ ଖାଇବା ଅତ୍ୟନ୍ତ ଶୁଭ ବୋଲି ଧରାଯାଏ। ପୂଜାପାଠ ଆଦି ଶୁଭ କାର୍ଯ୍ୟରେ ବି ପାନ ବ୍ୟବହୃତ ହୁଏ। ସେହିପରି ଅନେକ ଜାଗାରେ ପାନ ଖାଇବା ପରମ୍ପରାର ଏକ ଅଂଶ ହୋଇଥାଏ। ସେଠାରେ ଘରକୁ ଆସୁଥିବା ଅତିଥିଙ୍କୁ ଭୋଜନ ପରେ ପାନ ପରସା ଯାଇଥାଏ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ପାନ ବହୁତ ଲାଭଦାୟକ ହୋଇଥାଏ। ତେବେ ବହୁତ କମ୍ ଲୋକଙ୍କୁ ଜଣାଥିବ ଯେ ପାନ ଖାଇବା ଦ୍ୱାରା ପୁରୁଷଙ୍କ ଯୌନ ଶକ୍ତିରେ ବୃଦ୍ଧି ଘଟିଥାଏ।

ବାସ୍ତବରେ, ପାନ ପତ୍ରରେ ଆଣ୍ଟି-ଡାଇବେଟିକ୍‌, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ଇନଫେକ୍ଟିଭ୍, ଆଣ୍ଟି-ସେପ୍ଟିକ୍ ଏବଂ ଦୁର୍ଗନ୍ଧ ଦୂର କଲା ଭଳି ଗୁଣ ରହିଛି। ତେଣୁ ପାନ ଖାଇବା ଦ୍ୱାରା ଟେଷ୍ଟୋଷ୍ଟେରନ୍ ହରମୋନର ସ୍ତର ବଢ଼ିଥାଏ, ଏଥିଯୋଗୁ ପୁରୁଷଙ୍କଠାରେ ଲିବିଡୋ ବୃଦ୍ଧି ପାଇଥାଏ। ଆଉ ଏହାଦ୍ୱାରା ପୁରୁଷଙ୍କ ଯୌନ ଶକ୍ତି ବଢ଼ିଥାଏ ଏଥିପାଇଁ ବିବାହିତ ପୁରୁଷଙ୍କୁ ରାତିରେ ଶୋଇବା ପୂର୍ବରୁ ପାନ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

-ଭୋଜନ ପରେ ପାନ ଖାଇବା ଦ୍ୱାରା ଆମ ହଜମ ପ୍ରକ୍ରିୟା ଠିକ୍ ରହିଥାଏ। ଏହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ। ଭୋଜନ ପରେ ଗୋଟିଏ ପାନ ପତ୍ର ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ଛାତିରେ ଜ୍ୱଳନ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

-କ୍ଷତ ବା ଘା’କୁ ଶୀଘ୍ର ଭଲ କରିବା ପାଇଁ ପାନ ପତ୍ର ବେଶ୍‌ ଲାଭଦାୟକ ହୋଇଥାଏ। କାହିଁକି ନା, ପାନ ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ତତ୍ତ୍ୱ ଭରି ରହିଥାଏ, ଯାହା କ୍ଷତକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କର କେଉଁଠି ଘା’ ସୃଷ୍ଟି ହୋଇଥାଏ କିମ୍ବା ଆପଣ ଖଣ୍ଡିଆ ଖାବରା ହୁଅନ୍ତି, ତେବେ ସେହି ସ୍ଥାନରେ ପାନ ପତ୍ରର ରସ ଲଗାନ୍ତୁ। ଏହାପରେ ପାନ ପତ୍ର ତା’ ଉପରେ ଘୋଡ଼ାଇ ବ୍ୟାଣ୍ଡେଜ୍ ବାନ୍ଧି ନିଅନ୍ତୁ। କିଛି ଦିନ ଭିତରେ ହିଁ ଘା’ ଶୁଖିବା ଆରମ୍ଭ ହୋଇଯିବ।

-କୋଷ୍ଠକାଠିନ୍ୟ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇ ଗଲାଣି। ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡ଼ିତ, ତେବେ କିଛି ଦିନ ପର୍ଯ୍ୟନ୍ତ ଖାଦ୍ୟ ଖାଇବା ପରେ ନିୟମିତ ରୂପରେ ପାନ ସେବନ କରନ୍ତୁ। ଆପଣ ପାନ ପତ୍ରକୁ ଖଣ୍ଡ ଖଣ୍ଡ କରି ଏକ ଗ୍ଲାସ୍‌ ପାଣିରେ ରାତିସାରା ରଖି ଦିଅନ୍ତୁ। ପରଦିନ ସକାଳେ ଖାଲି ପେଟରେ ଏହି ପାଣି ପିଅନ୍ତୁ। ଏଥିରୁ ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.