ପୁଣି ସାମ୍ବାଦିକ ଉପରେ ଆକ୍ରମଣ: ଅଭିଯୁକ୍ତକୁ ଅଟକ ରଖିବା ବେଳେ ପୋଲିସ ଗାଡିରୁ ଛଡାଇ ନେଲେ ଗ୍ରାମବାସୀ

ବାଲେଶ୍ବର(କେନ୍ୟୁଜ୍): ପୁଣି ସାମ୍ବାଦିକ ଉପରେ ଆକ୍ରମଣ । ଯାଜପୁର ପରେ ବାଲେଶ୍ୱରରେ ପୁଣି ଖବରଦାତାଙ୍କୁ ଆକ୍ରମଣ ଅଭିଯୋଗ ଆସିଛି । ପ୍ରଚାର ସମୟରେ ଫୋଟୋ ଉଠାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ସାମ୍ବାଦିକ ଆହତ ହୋଇ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ପାଇଁ ଯାଇଥିବା ନୀଳଗିରି ପୋଲିସକୁ ଅଟକାଇ ଅଭିଯୁକ୍ତଙ୍କୁ ଛଡାଇ ନେଇଛନ୍ତି ରାଜନୈତିକ ଦଳ । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଏହାସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ସାମ୍ବାଦିକ ଜଣକ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ପରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସୋମବାର ସକାଳେ ନୀଳଗିରି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ମାତ୍ର ଉକ୍ତ ସମୟରେ କିଛି ନିର୍ଦ୍ଧିଷ୍ଟ ଦଳର କର୍ମୀ ପହଞ୍ଚି ପୋଲିସ ଗାଡିକୁ ଅଟକାଇ ଅଭିଯୁକ୍ତଙ୍କୁ ଛଡାଇ ନେଇଥିବା ଜଣାପଡିଛି। ତେବେ ନିର୍ଦ୍ଧିଷ୍ଟ ଦଳର କର୍ମୀମାନେ ଘଟଣାକୁ ଅନ୍ଯ ପ୍ରକାରରେ କହିଛନ୍ତି ।

ଯୁବକ ଜଣକ ଏକ ଦଳ ପାଇଁ ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି । ହାରିବା ଭୟରେ କର୍ମୀଙ୍କୁ ମିଥ୍ଯା ମାମଲାରେ ଫସାଇ ଦିଆଯାଇଛି ବୋଲି କହି ପୋଲିସ ଉପରେ ଆଙ୍ଗୁଳି ଉଠାଇଛନ୍ତି। ଅଭିଯୁକ୍ତକୁ ଗିରଫ କରି ନପାରି ଖାଲି ହାତରେ ପୋଲିସ ଫେରିଥିବା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.