Below header

ଗ୍ଲାମନ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଆ ବୋହୂଙ୍କ କମାଲ, ଦ୍ୱିତୀୟ ରନର୍ସ ଅପ୍ ହେଲେ ତେଜସ୍ମିତା ମହାପାତ୍ର

ଗ୍ଲାମନ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ତେଜସ୍ମିତା ମହାପାତ୍ର। ପାଞ୍ଚ ଦିନ ଧରି ଗୋଆରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ନିଜର ଜଲୱା ଦେଖାଇଛନ୍ତି ଓଡ଼ିଆ ଝିଅ। ଭାରତ ବର୍ଷରୁ ମୋଟ ୬୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ସେକେଣ୍ଡ ରନର୍ସ ଅପ୍ ହୋଇଛନ୍ତି ତେଜସ୍ମିତା।

Tejasmita

ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଛୁଆ ବେଳୁ ତେଜସ୍ମିତାଙ୍କର ମଡେଲିଂ ପ୍ରତି ରହିଥିଲା ପ୍ରବଳ ଦୁର୍ବଳତା। ସେ କହିଛନ୍ତି, ସମସ୍ତେ ସ୍ବପ୍ନ ଦେଖିବା ଦରକାର ଓ ଏହାକୁ ସାକାର କରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିବା ଆବଶ୍ୟକତା ରହିଛି। ସେ ସବୁବେଳେ ନିଜ ସ୍ବପ୍ନ ପୂରଣ କରିବା ଦିଗରେ କାମ କରିଥିଲେ ବୋଲି ବିଜେତା ପ୍ରତିଯୋଗୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.