ଚାଣକ୍ୟ ନୀତି : ଏହି ଜିନିଷକୁ ଭରସା କରୁଥିବା ଲୋକ ହୋଇଯାଆନ୍ତି ବରବାଦ,ହୋଇଯାଆନ୍ତୁ ସତର୍କ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । ଏଠାରେ ଚାଣକ୍ୟ ତାଙ୍କ ନୀତିରେ ଏପରି ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯିଏ କି ଅସଫଳ ହେବା ସହ ଦୁଃଖୀ ବି ହୋଇଥାନ୍ତି ।

ଶ୍ଳୋକ :

ଅନାଗତ ବିଧାତା ଚ ୍ରତ୍ୟୁନ୍ନମତିସ୍ତତା ।

ଦ୍ୱାବେତୌ ସୁଖମେବେତ ୟଦ୍ଭିବିଷ୍ୟୋ ବିନଶ୍ୟତି । ।

ଅର୍ଥ – କେଉଁ ବ୍ୟକ୍ତି ଭବିଷ୍ୟତରେ ଆସୁଥିବା ବିପଦ ପ୍ରତି ସତର୍କ ରହିଥାଏ । ଯାହାର ବୁଦ୍ଧି ପ୍ରଖର ହୋଇଥାଏ । ଏମିତି ବ୍ୟକ୍ତି ସୁଖୀ ରହିଥାନ୍ତି । ହେଲେ ଯେଉଁ ବ୍ୟକ୍ତି ଭାଗ୍ୟ ଭରସାରେ ବସି ରହିଥାଏ । ସେ ବ୍ୟକ୍ତି ନଷ୍ଟ ହୋଇାଏ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି କୌଣସି ବି ଆସୁଥିବା ବିଦଦକୁ କଠୋରତାର ସମ୍ମୁଖୀନ କରିଥାଏ । ଯାହାଙ୍କ ବୁଦ୍ଧି ଏପରି ସମୟରେ ପ୍ରଖର କାମ କରିଥାଏ, ସେ ଏହି ବିଦକୁ ଅତିକ୍ରମ କରି ସୁଖୀ ରହିଥାନ୍ତି । ହେଲେ ଯେଉଁ ବ୍ୟକ୍ତି ଭାଗ୍ୟ ଭରସାରେ ରହିଥାଏ । ଭାଗ୍ୟ ଯାହା କରିବ ବୋଲି ଭାବି ଚୁପ ହୋଇ ବସିଥାଏ, ସେ ବ୍ୟକ୍ତି ବରବାଦ ହୋଇଥାଏ । ଶେଷରେ ଦୁଃଖରେ ଜୀବନ ଅତିବାହିତ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.