କୋଇଲା ଖଣି ଦୁର୍ନୀତି ମାମଲା, ପୂର୍ବତନ କୋଇଲା ସଚିବଙ୍କୁ ତିନି ବର୍ଷ ଜେଲ ଦଣ୍ଡ

ଭୁବନେଶ୍ବର (କେନ୍ଯୁଜ୍) : କୋଇଲା ଖଣି ଦୁର୍ନୀତି ମାମଲାରେ ପୂର୍ବତନ କୋଇଲା ସଚିବ ଏଚ୍‌.ସି.ଗୁପ୍ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଦଣ୍ଡବିଧାନ କରିଛନ୍ତି। ଏହି ମାମଲାରେ କୋଇଲା ବିଭାଗର ପୂର୍ବତନ ସଂଯୁକ୍ତ ସଚିବ କେ.ଏସ୍‌.କ୍ରୋଫା ଓ ପୂର୍ବତନ ନିର୍ଦ୍ଦେଶକ କେ.ସି. ସମରିଆଙ୍କୁ ମଧ୍ୟ ତିନି ବର୍ଷର ଜେଲ ଦଣ୍ଡାଦେଶ ହୋଇଛି। ସେହିପରି ଘରୋଇ କଂପାନୀ ବିକାଶ ମେଟାଲ୍ସ ଆଣ୍ଡ ପାୱାର ଲିମିଟେଡ୍‌ର ପ୍ରମୋଟର ବିକାଶ ପଟନୀ  ଓ ସହଯୋଗୀ ଆନନ୍ଦ ମଲିକଙ୍କୁ ୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

coal s

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଇଏଏସ୍‌ ଅଧିକାରୀଙ୍କୁ ମିଳିଥିବା ଦଣ୍ଡକୁ ନେଇ ଆଇଏଏସ୍‌ ସଂଘ କ୍ଷୁବ୍ଧ। ଦେଶର ବିଭିନ୍ନ ଆଇଏସଏସ୍‌ ସଂଘ, ତିନି ପୂର୍ବତନ ଅଧିକାରୀଙ୍କୁ ସଚ୍ଚୋଟ ଅଧିକାରୀ ବୋଲି କହିଛନ୍ତି। ତେଣୁ ଏହି ଦଣ୍ଡ ବିଧାନକୁ ଦୁର୍ଭାଗ୍ୟଜନକ ସହ ଆଜିର ଦିନକୁ କଳାଦିବସ ବୋଲି କହିଛନ୍ତି। ଯଦି ନିଜର କାମ ପାଇଁ ଏପରି ଦଣ୍ଡ ବିଧାନହୁଏ ତେବେ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନେବା ପ୍ରକ୍ରିୟା ବାଧାପ୍ରାପ୍ତ ହେବ।

Leave A Reply

Your email address will not be published.