ଯୁଦ୍ଧ ଭିତରେ ବି ବିଶ୍ୱବାସୀଙ୍କ ହୃଦୟ ଜିତୁଛନ୍ତି ୟୁକ୍ରେନ ରାଷ୍ଟ୍ରପତି! ଜାଣନ୍ତୁ ଜେଲେନସ୍କିଙ୍କ ବିଷୟରେ ୫ଟି ବଡ଼ କଥା

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜଟିଳ ହେବାରେ ଲାଗିଛି। ଏହା ସତ୍ତ୍ୱେ ୟୁକ୍ରେନ ରାଷ୍ଟ୍ରପତି ବିଶ୍ୱବାସୀଙ୍କ ହୃଦୟ ଜିତୁଛନ୍ତି। ଜେଲେନସ୍କିଙ୍କ ନାମ ଯୁଦ୍ଧ ପୂର୍ବରୁ ସାରା ବିଶ୍ୱର ଲୋକଙ୍କ ପାଇଁ ନୂଆ ଥିଲା। କିନ୍ତୁ ବର୍ତ୍ତମାନ ଯେଭଳି ପରିସ୍ଥିତି ରହିଛି, ସେଠି ରାଷ୍ଟ୍ରପତି ଜେଲେନସ୍କି ଏକ ନୂଆ ରୂପରେ ସାମ୍ନାକୁ ଆସିଛନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ ୫ଟି ଖାସ୍‌ କଥା କହିବାକୁ ଯାଉଛୁ।

ରୁଷ ସହିତ ଚାଲିଥିବା ଯୁଦ୍ଧରେ ରାଷ୍ଟ୍ରପତି ଜେଲେନସ୍କି ନିଜେ ୟୁକ୍ରେନ ସେନାର ନେତୃତ୍ୱ ନେଉଛନ୍ତି। ଯୁଦ୍ଧ ସମୟରେ ସେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ‘ଆମେ ସମସ୍ତେ ଏଠାରେ ଅଛୁ, ଆମ ଦେଶ ପାଇଁ। ଆମେ ଏଠାରେ ରହିବୁ। ଆମ ଦେଶ ପାଇଁ ଲଢ଼ିବୁ’। ତେବେ ଜେଲେନସ୍କି ଯେଉଁଭଳି ଭାବେ ରାସ୍ତାକୁ ଓହ୍ଲାଇ ନିଜ ଲୋକମାନଙ୍କ ସାଥ୍‌ ଦେଉଛନ୍ତି, ଏହାକୁ ନେଇ ସାରା ବିଶ୍ୱରେ ତାଙ୍କୁ ପ୍ରଶଂସା କରାଯାଉଛି।

ଏକ ରିପୋର୍ଟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ରାଷ୍ଟ୍ରପତି ହେବା ପରେ ଜେଲେନସ୍କି ତାଙ୍କ ଅଧିକାରୀମାନଙ୍କୁ କହିଥିଲେ କି, ସେମାନେ ତାଙ୍କ ଅଫିସରେ ତାଙ୍କର ଫଟୋ ନ ଲଗାନ୍ତୁ। ତାଙ୍କ କହିବା ଥିଲା ଯେ ସେ କୌଣସି ଆଦର୍ଶ ବ୍ୟକ୍ତି କିମ୍ବା ଆଇକନ୍ ନୁହଁନ୍ତି। ତାଙ୍କ ବଦଳରେ ସରକାରୀ କର୍ମଚାରୀମାନେ ସେମାନଙ୍କ ପିଲାମାନଙ୍କର ଫଟୋ ଅଫିସରେ ରଖିବା ଉଚିତ, ଯାହାଙ୍କୁ ଦେଖି ନିଜର ପ୍ରତ୍ୟେକ ନିଷ୍ପତ୍ତି ନେବା ଉଚିତ୍।

ukraine4
photo: mirror.co.uk

ଜେଲେନସ୍କି ଜଣେ ଭଲ ନୃତ୍ୟଶିଳ୍ପୀ। ଇଣ୍ଟରନେଟ୍‌ରେ ତାଙ୍କ ଡ୍ୟାନ୍ସ ଭିଡିଓଗୁଡ଼ିକୁ ଖୁବ୍‌ ପସନ୍ଦ କରାଯାଏ। ଜଣେ ସାଧାରଣ ବ୍ୟକ୍ତିଙ୍କ ପରି ସେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଫଟୋଗୁଡ଼ିକୁ ବି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। ଏହି ବର୍ଷ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଓ୍ଵାର୍କଆଉଟ୍‌ କରୁଥିବାର ନଜର ଆସିଥିଲେ। ଫଟୋକୁ ସେ ନୂଆ ବର୍ଷର ପ୍ରଥମ ସକାଳେ ପୋଷ୍ଟ କରିଥିଲେ। ଜେଲେନସ୍କି ନିଜ ପିଲାମାନଙ୍କ ବିଷୟରେ ଉଲ୍ଲେଖ କରି ଫଟୋର କ୍ୟାପସନ୍ ଲେଖିଥିଲେ ଯେ ‘ଡମ୍ବଲ୍ ନିଜ କାମ କରୁଛନ୍ତି, ପିଟର ଶୋଇଛି, ନୋରା ହାଇ ମାରୁଛି। ଏହା ହେଉଛି ନୂଆ ବର୍ଷର ପ୍ରଥମ ଟ୍ରେନିଙ୍ଗ୍‌ ସେଶନ। ସମସ୍ତଙ୍କୁ ଗୁଡ୍‌ମର୍ଣ୍ଣିଂ’।

କହି ରଖୁଛୁ, ଜେଲେନସ୍କିଙ୍କୁ ଆମେରିକା ଦେଶ ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦେଇଥିଲା। କିନ୍ତୁ ସେ ଆମେରିକାର ପରାମର୍ଶ ଉପରେ ବିଚାର କରି ନ ଥିଲେ। ସେ କହିଥିଲେ, ‘ମୁଁ ଦେଶ ଛାଡି ପଳାଇବି ନାହିଁ। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଲଢ଼ିବି। ମୋତେ କେବଳ ଅସ୍ତ୍ରଶସ୍ତ୍ରର ସାହାଯ୍ୟ ଦିଅନ୍ତୁ’।

Leave A Reply

Your email address will not be published.