ସ୍କୁଲକୁ ଝିଅମାନେ ଚୁଟିବାନ୍ଧି ଆସିବାରୁ ପୁଅମାନେ ହେଉଛନ୍ତି ଉତ୍ତେଜିତ, ସ୍କୁଲକୁ ଚୁଟିବାନ୍ଧି ଆସିବା ହେଲା ବାରଣ

କେବେ ଆପଣ ଶୁଣିଛନ୍ତି କି ଝିଅମାନେ ଚୁଟି ବାନ୍ଧିବା କୌଣସି ପୁଅକ ଉତ୍ତେଜିତ କରିପାରିବେ। ହୁଏତ ଶୁଣିନଥିବେ। ଶୁଣିଲେ ମଧ୍ୟ ଏହି କଥା ଆଶ୍ଚର୍ଯ୍ୟ ଲାଗୁଛି ନିଶ୍ଚିତ। କିନ୍ତୁ ଜାପାନରେ ଏମିତି ଘଟଣା ଯୋଗୁଁ ସ୍କୁଲକୁ ଝିଅମାନେ ଚୁଟି ବାନ୍ଧି ଆସିବାକୁ ବାରଣ କରାଯାଇଛି। ଆଉ ଖାସ୍‌ ଏଥିପାଇଁ ଝିଅମାନେ ସ୍କୁଲକୁ ଚୁଟି ବାନ୍ଧି ଆସୁନାହାନ୍ତି।

ଦ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଜାପାନରେ ଏକ ସ୍କୁଲରେ ଚୁଟି ବାନ୍ଧିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ, ଏଠାରେ ଥିବା ଅନେକ ସ୍କୁଲରେ ପିଲାଙ୍କ ମୌଜା ରଙ୍ଗ, ସ୍କର୍ଟ ଲମ୍ବା କିମ୍ବା ଅନ୍ତବସ୍ତ୍ରକୁ ନେଇ ଅଜୀବ ନିୟମ ରହିଛି। ଏଠାରେ ସ୍କୁଲରେ ଝିଅମାନେ କେବଳ ଧଳା ରଙ୍ଗର ଅନ୍ତବସ୍ତ୍ର ପିନ୍ଧି ଆସିବେ। ଏହାଛଡା କେଶର ରଙ୍ଗ କଳା ବ୍ୟତୀତ ଆଉ କେଉଁ ରଙ୍ଗର ହୋଇପାରିବ ନାହିଁ ଇତ୍ୟାଦି।

୨୦୨୦ରେ ଏହି ନିୟମକୁ ନେଇ ଜାପାନର ଫୁକୁଓକୋ ଅଞ୍ଚଳରେ ଥିବା ଅନେକ ସ୍କୁଲରେ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡିଥିଲା ଯେ, ଯେଉଁ ଝିଅ ସ୍କୁଲକୁ ଚୁଟି ବାନ୍ଧି ଆସନ୍ତି ସେମାନଙ୍କର ବେକ ଦେଖି ପୁଅମାନେ ଉତ୍ତେଜିତ ହୁଅନ୍ତି। ଏହି କାରଣ ଯୋଗୁଁ ଝିଅମାନଙ୍କୁ ବେକ ଉପରକୁ ଚୁଟି ବାନ୍ଧି ଆସିବା ପାଇଁ ମନା କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଝିଅମାନଙ୍କୁ ଏହି ନିୟମ ମାନିବାକୁ ହିଁ ପଡୁଥିଲା।

ରିପୋର୍ଟ ମୁତାବକ, ଜାପାନରେ ଏହି ନିୟମକୁ ସ୍କୁଲରେ ଜବରଦସ୍ତ ଲାଗୁ କରାଯାଇଥିଲା। ଏହି ନିୟମ ୧୮୭୦ ମସିହାରେ କରାଯାଇଥିଲା। ଏହାପରେ ନିୟମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଜାପାନରେ କୌଣସି ନିର୍ଦ୍ଧିଷ୍ଟ ସ୍କୁଲରେ ଗୋଟେ ଦୁଇଟି ନିୟମ ପରିବର୍ତ୍ତନ କରାଯାଇଥିଲା। ଏହି ନିୟମକୁ ‘ବ୍ଲାକ ରୁଲ୍ସ’ ବୋଲି କୁହାଯାଏ।

Leave A Reply

Your email address will not be published.