ଖାକିରେ ଦାଗ, ବେପାରୀଙ୍କୁ ଧରିବା ବଦଳରେ ନିଜେ ହିଁ କରୁଥିଲେ ଗଞ୍ଜେଇ ବେପାର

ମାଲକାନଗିରି (କେନ୍ୟୁଜ) : ଗଞ୍ଜେଇ ବେପାର କରି ASI ଗିରଫ। ଗଞ୍ଜେଇ ଚୋରା ଚାଲାଣ ରାକେଟରେ ପୋଲିସ ବାବୁ। ତାଙ୍କ ନିକଟରୁ ୪୨୦ କିଲୋ ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଜିଲ୍ଲା ପୋଲିସ ଘଟଣାର ପର୍ଦ୍ଦାଫାସ୍ କରି ପୋଲିସ ASI ଜୟଦାଶ ଖରାଙ୍କ ସମେତ ୩ଜଣ ଅନ୍ୟ ଯୁବକଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ନିକଟରୁ ୪୨୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୦ହଜାର ଟଙ୍କା ଗୋଟିଏ ଲ୍ୟାପଟପ୍, ଗୋଟିଏ କାର୍ , ୨ଟି ମୋଟରସାଇକେଲ ଓ ଗୋଟିଏ ମୋବାଇଲ ଜବତ କରିଛି। ମାଲାକନଗିରି ଜିଲ୍ଲା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ଜଣେ ପୋଲିସ ଅଧିକାରୀ କିଛି ଗଂଜେଇ ମାଫିଆଙ୍କ ସହ ମିଶି ବେପାର କରୁଛନ୍ତି। ଯାହାପରେ ତୁରନ୍ତ ଏକ ସ୍କ୍ଵାପଡ୍ ଗଠନ କରାଯାଇ ଏହି ଗଂଜେଇ ମାଫିଆଙ୍କୁ ଧରିବାକୁ ଲାଗି ପଡିଥିଲେ। ଛତିଶଗଡ଼କୁ ଚୋରା ଚାଲାଣ କରୁଥିବାବେଳେ ଖବର ପାଇ ୩ଜଣଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.