ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ ବଲ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୨ ରନ୍‌ କରି ଅଲ ଆଉଟ  ଭାରତ

କେନ୍ୟୁଜ୍(ବ୍ୟୁରୋ):  ପିଙ୍କ ବଲ ଟେଷ୍ଟ । ଭାରତ ୨୫୨ ରନ୍‌ରେ ଅଲ ଆଉଟ୍‌ । ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ ବଲ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୨ ରନ୍‌ କରି ଅଲ ଆଉଟ ହୋଇଛି ଭାରତ । ଋଷଭ ପନ୍ଥ ୩୯ ଓ ହନୁମା ବିହାରୀ ୩୧ ରନ୍‌ କରିଥିଲେ । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଦିନ ଶେଷ ସୁଦ୍ଧା ୬ ଓ୍ଵିକେଟରେ ୮୬ ରନ୍‌ ସଂଗ୍ରହ କରିଛି । ବୁମରାହ ତିନିଟି ଓ୍ଵିକେଟ ନେଇଥିବା ବେଳେ ମହମ୍ମଦ ସାମି ଦୁଇଟି ଓ୍ଵିକେଟ ନେଇଛନ୍ତି ।

ଶ୍ରୀଲଙ୍କା ଏବେ ୧୬୬ ରନରେ ପଛରେ ରହିଛି । ନିରୋଶାନ୍‌ ଡିକେଓ୍ଵଲା ଓ ଲସିଥ୍‌ ଏମ୍ବୁଲଡେନିୟା ଅପରାଜିତ ରହିଛନ୍ତି । ୮୬ ରନ୍‌ରେ ୪ ଓ୍ଵିକେଟ ହରାଇବାପରେ ଭାରତର ଇନିଂସ ସମ୍ଭାଳିଥିଲେ ଶ୍ରେୟସ୍‌ ଆୟର ଓ ଋଷଭ ପନ୍ତ । ଭାରତକୁ ୨୫୨ ରନ୍‌ରେ ଆଉଟ୍‌ କରିବା ପରେ ବ୍ୟାଟିଂ କରିଥିଲା ଭ୍ରମଣକାରୀ ଦଳ । ପ୍ରଥମ ଦିନରେ ୧୬ଟି ଓ୍ଵିକେଟର ପତନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.