କାଙ୍ଗୋରେ ଭୟଙ୍କର ଟ୍ରେନ ଦୁର୍ଘଟଣା: ଅତିକମରେ ୬୦ ଲୋକ ମୃତ, ୧୦୦ରୁ ଅଧିକ ଆହତ

ଆଫ୍ରିକା ଦେଶର ଡେମୋକ୍ରାଟିକ ରିପ୍ଲବିକ ଅଫ କାଙ୍ଗୋରେ ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଅତିକମରେ ୬୦ରୁ ଅଧିକଙ୍କ ପ୍ରାଣହାନୀ ଘଟିଛି। ୧୦୦ରୁ ଊର୍ଦ୍ଧ ଲୋକ ଆହତ ହୋଇଛନ୍ତି। ଘଟଣାଟି ଲୁଆଲାବା ପ୍ରାନ୍ତର ଲୁବୁଦୀ ଅଞ୍ଚଳରେ ଘଟିଛି। ରିପୋର୍ଟ ଅନୁସାରେ, ଲୋକମାନେ ଜିନିଷ ନେଇ ଯାଉଥିବା ଟ୍ରେନରେ ଅବୈଧ ଭାବେ ଯାତ୍ରା କରୁଥିଲେ।

ଏହି ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି। ଘଟଣାରେ ମାଲଗାଡିର ୭ଟି ବଗି ଲାଇନଚ୍ୟୁତ ହୋଇ ଖାଇରେ ଗଳିପଡିଥିଲା। ଏଥିରୁ ୭ଟି ଶବକୁ ବାହାର କରାଯାଇଛି। ଆଉ ବାକି ୫୩ ଶବ ଖାଇରେ ପଡିଛି। ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ଛୋଟ ପିଲା ରହିଛନ୍ତି, ଯାହାଙ୍କ ବାପା ମା’ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଅନେକ ଆହତଙ୍କୁ ଲୁବୁଡି ପାଖରେ ଥିବା ହସପିଟାଲରେ ଭର୍ତ୍ତି କରାଯାଇଛି।

ଯାତ୍ରୀଙ୍କୁ ମାଲବାହୀ ଗାଡିରେ ବସି ଯିବାର କିଛି ଅନୁମତି ନଥାଏ। ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଅବୈଧ ଭାବେ ମାଲବାହୀ ଗାଡିରେ ଯାତ୍ରା କରୁଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ସ୍ଥାନୀୟ ମିଡିଆ ମୁତାବକ, ସାତଟି ବଗି ଟ୍ରେନରୁ ଅଲଗା ହୋଇ ଖାଇରେ ପଡିଯାଇଥିଲା। ତେଣୁ ଟ୍ରେନରେ ଥିବା ଲୋକଙ୍କୁ ବାହାରକୁ କାଢିବାର ସମୟ ଏବଂ ସୁବିଧା ମିଳିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.