ଆହତ ହାତୀକୁ ଚିକିତ୍ସା କରିବାକୁ ଯାଇ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ସଦସ୍ୟ ମୃତ, ଟ୍ରାଙ୍କୁଲାଇଜର ଦେବା ବେଳେ ଦଳିଦେଲା ଦନ୍ତା

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଆହତ ଦନ୍ତା ଆକ୍ରମଣରେ ଏଲିଫ୍ୟାଣ୍ଟ ସ୍କ୍ବାର୍ଡ ସଦସ୍ୟ ମୃତ । ମୃତକ ହେଲେ ବିଶ୍ଵରଞ୍ଜନ ପାଣିଗ୍ରାହୀ । ଗତକାଲି ଆହତ ହାତୀକୁ ଦୂରରୁ ବନ୍ଧୁକ ଦ୍ୱାରା ଆଣ୍ଟିବାୟୋଟିକ ଇଞ୍ଜେକସନ ହେଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବିଶ୍ଵରଞ୍ଜନ। ତାଙ୍କୁ ପ୍ରଥମେ ଢେଙ୍କାନାଳ ମେଡିକାଲ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଛି। ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗହମଖୁଣ୍ଟି ନିକଟରେ ବୁଲୁଛି ଆହତ ଦନ୍ତାଟି।

ଗତ ମାସେ ତଳେ ଏହି ଦନ୍ତା ଆକ୍ରମଣରେ ପ୍ରାଣ ହରାଇଥିଲେ ୩ ଜଣ । ଏବେ ହାତୀର ଡାହାଣ ପଟ ପଛ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଗତକାଲି ଠାରୁ ସେହି ଅଞ୍ଚଳରେ ରହିଛି ଦନ୍ତାଟି । ତାକୁ ଦୂରରୁ ବନ୍ଧୁକ ଦ୍ୱାରା ଇଞ୍ଜେକସନ ଦିଆଯାଇ ଚିକିତ୍ସା କରାଯାଉଛି। ସେଥିରେ ସୁଫଳ ନ ମିଳିଲେ ଟ୍ରାଙ୍କୁଲାଇଜ କରାଯିବ ବୋଲି ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.