ରାଉରକେଲା(କେନ୍ଯୁଜ୍): ରାଉରକେଲାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍। BPUT ପରିସରରେ ନିର୍ମିତ ହେଉଥିବା ଅନ୍ତର୍ଜାତୀୟ ସ୍ତରର ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି । ଏହାସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି।
୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାମ ଶେଷ କରିବା ଲକ୍ଷ୍ୟ ରହିଛି । ସେହିପରି ଶିଳ୍ପ ସଚିବ, ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ସଚିବ ଓ IDCO ଏମ୍ଡି ମଧ୍ୟ ରାଉରକେଲା ଯାଇଛନ୍ତି ।