ହୋଲି ଖେଳ ହେଲା କାଳ ; ଭାରସାମ୍ୟ ହରାଇ ୭୦ ମିଟର ତଳକୁ ଖସିଲା ଟ୍ୟାକ୍ସି ୪ ମୃତ, ୧୦ ଗୁରୁତର…

ନୂଆଦିଲ୍ଲୀ : ହୋଲି ଅବସରରେ ଉତ୍ତରାଖଣ୍ଡରୁ ଦୁଃଖଦାୟକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଯେଉଁଥିରେ ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ରାଜ୍ୟର ଚାମୋଲି ଜିଲ୍ଲାରେ ଘଟିଛି ବୋଲି କୁହାଯାଉଛି। ଯେ ଏକ ମ୍ୟାକ୍ସ ଗାଡି ଅନିୟନ୍ତ୍ରିତ ଭାବରେ ଖାଲରେ ଖସିପଡିବା କାରଣରୁ ଏହି ଦୁର୍ଘଟଣାରେ ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।

ରାତି ପ୍ରାୟ ୩:୩୦ ସମୟରେ ହୋଲି ଖେଳିବା ପରେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଜଣ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି, ଯେଉଁମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ସୂଚନାନୁସାରେ, ଚାମୋଲିର ବିଷୋଣା ଗାଁର କିଛି ଲୋକ ହୋଲି ଖେଳିବା ପାଇଁ ଦୁଇଟି ଟ୍ୟାକ୍ସିରେ ପୋୖଡ଼ି ଜିଲ୍ଲାର ପାଇଥାନିକୁ ଆସିଥିଲେ। ହୋଲି ଖେଳିବା ପରେ ନିଜ ଗାଁକୁ ଫେରୁଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ଟ୍ୟାକ୍ସି ରେ ଅଧିକ ଲୋକ ହେବାରୁ କ୍ଷମତା ହରାଇ ଗାଡିଟି ରାସ୍ତାରୁ ଖସିପଡି ପ୍ରାୟ ୭୦ ମିଟର ତଳେ ଏକ ଗଭୀର ଗାତରେ ପଡ଼ିଯାଇଥିଲା ।

ତେବେ ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତମାନଙ୍କୁ ଖାଲରୁ ବାହାର କରିବା କାମ ଆରମ୍ଭ କରିଥିଲା, ଏହି ଦୁର୍ଘଟଣା ଯୋଗୁଁ ଲୋକଙ୍କ ମଧ୍ୟରେ ବହୁତ ଭୟ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.