ଅସଲି କନିଆକୁ ନକଲି ବର, ବରଯାତ୍ରୀ ନନେଇ ଏକୁଟିଆ ଆସିବାରୁ ଧରାପଡିଲା ସତ

କଣ୍ଟାବାଞ୍ଜି(କେନ୍ୟୁଜ୍): ଅସଲି କନିଆକୁ ନକଲି ବର । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ଥାନା ଚାଉଳସୁଖା ଗାଁରେ । ବାହା ହେବାକୁ ଆସି ବର ହଟହଟା । ବର ବେଶରେ ସଜେଇ ହୋଇ ବାହା ପାଇଁ ଆସିଥିବା ବର ନକଲି ।

ନିଜକୁ କଳାହାଣ୍ଡି ଅଞ୍ଚଳର ସଞ୍ଜୟ ସାହୁ ପରିଚୟ ଦେଇ, ଚାଉଳସୁଖା ଗାଁର ଜଲି ସାହୁଙ୍କ ଝିଅ ସହ ବାହାଘର ସ୍ଥିର ହେଲା । ଝିଅ ଘରକୁ ନକଲି ଘର ଦେଖାଇବା ସହ ଅନ୍ଯ ଏକ ଗାଁ ଦେଖାଇ ବାହାଘର ପାଇଁ ଦିନ ର୍ନିଘଣ୍ଟ ହୋଇଥିଲା। ହେଲେ ଗତ କାଲି ମାର୍ଚ୍ଚ ୨୧ ତାରିଖରେ ବାହାଘର ସ୍ଥିର ହୋଇଥିଲାହେଲେ ବାବୁ ଜଣଙ୍କ ଲଗ୍ନର ଚାରି ଘଣ୍ଟା ପରେ ଏକାକୀ ଆସିଥିଲେ ।

ବର ଯାତ୍ରୀରେ ଏକୁଟିଆ ବର ଥିବାରୁ ଝିଅ ଘରକୁ ସନ୍ଦେହ ହୋଇଥିଲା । ଆଉ ପରିଚୟ ଖୋଜିବାରୁ ବାବୁଙ୍କ ନାମ ଲକ୍ଷ୍ମୀକାନ୍ତ ତିୱାରୀ ବୋଲି ଜଣା ପଡିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କଣ୍ଟାବାଞ୍ଜି ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ସମ୍ପୃକ୍ତ ବରକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

Leave A Reply

Your email address will not be published.