କେନ୍ୟୁଜ୍(ବ୍ୟୁରୋ): ଯଦି ଅପରାଜିତାଙ୍କ ସତସାହସ ଅଛି, ପାର୍ଲାମେଣ୍ଟରେ ମୋ ବିରୋଧରେ ପ୍ରସ୍ତାବ ଆଣନ୍ତୁ ବୋଲି କହିଛନ୍ତି ପିନାକୀ ମିଶ୍ର । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗରେ ଏଭଳି କହିଛନ୍ତି ସାଂସଦ ପିନାକୀ ମିଶ୍ର । କୌଣସି ନିୟମ ଉଲ୍ଲଙ୍ଘନ ହେଉନାହିଁ । ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର NOC ସହ କାର୍ଯ୍ୟ ହେଉଛି ।
୧୦୦ ମିଟର ପରିସର ଭିତରେ କୌଣସି ଖନନ କାର୍ଯ୍ୟ ହେଉନାହିଁ । ମାତ୍ର ୪ଟି ଟଏଲେଟ୍ ନିର୍ମାଣ ହେଉଛି ବୋଲି ସେ କହିଛନ୍ତି । ପୂର୍ବରୁ ସଂସଦରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ ଉଠାଇଥିଲେ ଅପରାଜିତା ଷଡଙ୍ଗୀ । ବିଜେପି ସାଂସଦ କହିଥିଲେ, NMAର ବିନା ଅନୁମତିରେ ଚାଲିଛି ଖନନ କାର୍ଯ୍ୟ । ୧୦୦ ମିଟର ଭିତରେ ଚାଲିଥିବା ଅବୈଧ ଖନନ କାର୍ଯ୍ୟକୁ ବନ୍ଦ କରାଯାଉ । ଏହାର ଜବାବରେ ପିନାକୀ ରଖିଛନ୍ତି ଏଭଳି ଉତ୍ତର ।