RBI ରେ ବମ୍ପର ନିଯୁକ୍ତି, ଗ୍ରାଜୁଏସନ୍‌ ପାସ୍‌ କରିଥିଲେ ଆଜି ହିଁ କରନ୍ତୁ ଆବେଦନ

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI)ରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଆର୍‌ବିଆଇ ପକ୍ଷରୁ ବ୍ୟାଙ୍କରେ ଗ୍ରେଡ୍‌ ବି ନିଯୁକ୍ତି ପାଇଁ ଅଫିସିଆଲ ବିଜ୍ଞପ୍ତି ଜାରି କରାଯାଇଛି। ଆବେଦନର ଶେଷ ତାରିଖ ରହିଛି ଏପ୍ରିଲ ୧୮ ତାରିଖ ସନ୍ଧ୍ୟା ୬ଟା। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ (rbi.org.in)ରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ମେ ୨୮ରେ ଆୟୋଜିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀ ଦ୍ୱିତୀୟ ପରୀକ୍ଷାରେ ଜୁନ୍‌ ୨୫ରେ ବସିବେ। ମୋଟ୍‌ ୨୯୮ଟି ପଦ ପାଇଁ ଏହି ପରୀକ୍ଷା ଆୟୋଜିତ ହେବ।

ବୟସ ସୀମା:

୨୧ ରୁ ୩୦ ବର୍ଷ

ଶିକ୍ଷାଗତ ଯୋଗ୍ୟତା:

ସ୍ନାତକରେ ଯେକୌଣସି ବିଷୟରେ ୬୦ ପ୍ରତିଶତ ମାର୍କ ରଖିଥିବେ କିମ୍ବା ସ୍ନାତକୋତ୍ତରରେ ୫୫ ପ୍ରତିଶତ ମାର୍କ ରଖିଥିବେ।

କେମିତି କରିବେ ଆବେଦନ:

  • ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ (opportunities.rbi.org.in)କୁ ଯାଆନ୍ତୁ।
  • ଏବେ ଆରବିଆଇ ଗ୍ରେଡ୍‌ ବିର ନୋଟିଫିକେସନ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏବେ ‘ଅନ୍‌ଲାଇନ୍‌ ଆବେଦନ କରନ୍ତୁ’ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ସମସ୍ତ ସୂଚନା ପୂରଣ କରି ସବ୍‌ମିଟ୍‌ କରନ୍ତୁ।
  • ଶୁଳ୍କ ଭରନ୍ତୁ।
  • ଆବେଦନ ପତ୍ର ଡାଉନ୍‌ଲୋଡ୍‌ କରନ୍ତୁ ଓ ପ୍ରିଣ୍ଟ କରି ନିଅନ୍ତୁ।

Also Read: ୱେଡିଂ ୱେବ୍‌ସାଇଟ୍‌ରେ ପାର୍ଟନର ଖୋଜୁଥିଲେ ସାବଧାନ୍‌! ଏମିତି ଠକାମୀରେ ପଡ଼ିପାରନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.