Below header

ପିମ୍ପଲ୍ସ ଓ ଦାଗ ସମସ୍ୟାକୁ ନେଇ ଚିନ୍ତିତ ଥିଲେ ଫେସ୍‌ ରେ ଆପ୍ଲାଏ କରନ୍ତୁ ଏହି ପ୍ୟାକ, ଶୀଘ୍ର ମିଳିବ ଫାଇଦା

ଯଦି ଆପଣଙ୍କ ତ୍ୱଚାରେ ପିମ୍ପଲସ୍‌ କିମ୍ବା ଅନ୍ୟ କୌଣସି ଦାଗ ସମସ୍ୟା ରହିଛି। ତେବେ ଏହି ଖବର ଆପଣଙ୍କ ସମସ୍ୟାକୁ ତୁରନ୍ତ ଦୂର କରିବ। ହେଲ୍ଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଖରାପ ଜୀବନଶୈଳୀ, ଭୁଲ ଖାଦ୍ୟ ଗ୍ରହଣ, ପ୍ରଦୂଷଣ ମାତ୍ରା ବୃଦ୍ଧି ଏବଂ ଧୂଳି ମାଟି ଆଦିର ସମ୍ପର୍କରେ ଆସିବା ପରେ ସ୍କିନ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ପରେ ପିମ୍ପଲସ୍‌ ଆଦି ଦାଗ ସମସ୍ୟା ଆରମ୍ଭ ହୁଏ।

ତେବେ ଏହା ସାଧାରଣ ସମସ୍ୟା ହେଲେ ବି ଏହା ମୁହଁକୁ ଖରାପ କରିଥାଏ। ତେବେ ଏହାକୁ ଲୁଚାଇବା ପାଇଁ ଅନେକ ଫାଉଣ୍ଡେସନର ବ୍ୟବହାର କରିଥାନ୍ତି। ଯାହାପରେ ମୁହଁରେ ଆହୁରି ଖରାପ ପ୍ରଭାବ ପଡେ । ତେବେ ଏଥିପାଇଁ କିଛି ହୋମ ରିମେଡିକୁ ମାନନ୍ତୁ। ଯାହା ଗୋଟିଏ ରାତି ଭିତରେ ଆପଣଙ୍କ ପିମ୍ପଲ ସମସ୍ୟାକୁ ଦୂର କରିଦେବ ।

ଖାଦ୍ୟପେୟରେ ଅଣିଏୟମିତତା ତଥା ମାତ୍ରାଧିକ ପ୍ରଦୂଷଣ କାରଣରୁ ମହିଳାଙ୍କ ଠାରେ ତ୍ୱଚା ସମସ୍ୟା ଦେଖାଦେଉଛି । କିଛି ଜଣଙ୍କ ମନରେ ଧାରଣା ରହିଛିଯେ ତ୍ୱଚା ସମସ୍ୟା ଦେଖାଦେଲେ ମାହାଙ୍ଗା ତଥା ବ୍ରାଣ୍ଡେଡ ପ୍ରଡକ୍ଟ ବ୍ୟବହାର କଲେ ସମସ୍ୟା ଦୂର ହେବ । କ’ଣ ଆପଣ ନିଜ ସ୍କିନକୁ ଚମକାଇବା ପାଇଁ ଅନେକ ପ୍ରକାର ମହଙ୍ଗା ପ୍ରଡକ୍ଟ ୟୁଜ କରୁଛନ୍ତି କି ? ଯଦି ହଁ ତାହେଲେ ଆଜିଠୁ ଆପଣ ଏହି ପ୍ରଡକ୍ଟ ବଦଳରେ ନ୍ୟାଚୁରାଲ ପ୍ରଡକ୍ଟ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ । କାରଣ ପ୍ରାକୃତିକ ଜିନିଷରେ କୌଣସି ବି ସାଇଡଇଫେକ୍ଟ ରହିନଥାଏ ।

glow skin
pc: NDTVfood

ଯଦି ଆପଣ ନିଜ ତ୍ୱଚାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ। ଆଜି ଆମେ ଏଥିପାଇଁ କିଛି ଜରୁରୀ ଟିପ୍ସ କହିବୁ ଯାହାକୁ ଆପଣ ନିଜ ତ୍ୱଚାରେ ଆପ୍ଲାଏ କରିପାରିବେ। ଏହାସହ ଆପଣଙ୍କୁ ଭଲ ଫାଇଦା ମିଳିବ।

ଗ୍ରୀନ ଟି :
-ଏହାକୁ ଲଗାଇବା ଦ୍ୱାରା ଆପଣଙ୍କ ପିମ୍ପଲ ସମସ୍ୟା ଦୂର ହେବ।
-ଏଥିପାଇଁ ପ୍ରଥମେ ଏକ କପ ଫ୍ରେଶ ଟି ତିଆରି କରି ଏହାକୁ ଥଣ୍ଡା କରନ୍ତୁ।
-ଏହାପରେ କଟନ ନେଇ ଏହାକୁ ସେହି ପାଣିରେ ବୁଡାନ୍ତୁ। ଏବଂ ପିମ୍ପଲରେ ରଖନ୍ତୁ।
– ଏହାକୁ ରାତିସାରା ରଖନ୍ତୁ।
-ସକାଳେ ନର୍ମାଲ ପାଣିରେ ମୁହଁକୁ ଭଲ ଭାବେ ଧୋଇଦିଅନ୍ତୁ।

ସ୍ପଟ ଟ୍ରିଟମେଣ୍ଟ:

ଏହାର ଅର୍ଥ ପିମ୍ପଲ ସମସ୍ୟାକୁ ଦୂର କରିବା ପାଇଁ ହେଉଥିବା କ୍ରିମର ପ୍ରୟୋଗ। ଆପଣ ଏଥିପାଇଁ ପତଳା ଟ୍ରି ଅଏଲ ବା ଏସନସିଆଲ ଅଏଲର ବ୍ୟବାହାର କରିପାରିବେ। ଏହି ଉପାୟ ସେନସିଟିଭ ସ୍କିନ ପାଇଁ ଭଲ ହୋଇଥାଏ।

ଆଲୋବେରା ବ୍ୟବହାର:
ଏହା ଏକ ସୁନ୍ଦର ଉପାୟ।ଯାହା ମୁହଁର ସୌନ୍ଦର୍ଯ୍ୟତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଶୋଇବା ପୂର୍ବରୁ ଏହାକୁ ନିଜ ମୁହଁରେ ଲଗାନ୍ତୁ। ରାତିସାରା ରଖନ୍ତୁ। ସକାଳେ ଭଲ ଭାବେ ଏହାକୁ ଧୋଇ ଦିଅନ୍ତୁ । ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କ ତ୍ୱଚାରୁ ସବୁ ସମସ୍ୟା ଦୂର ହୋଇଯିବ। ତ୍ୱଚା ଉଜ୍ୱଳ ମଧ୍ୟ ଦେଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.