Below header

ଦୁନିଆର ‘ଟପ୍‌-୧୦ ସେଲ୍ଫ ମେଡ୍‌ କୋଟିପତି ମହିଳା’ଙ୍କ ତାଲିକା ଜାରି; ଜାଗା ଅକ୍ତିଆର କଲେ Nykaaର ଫାଲ୍‌ଗୁନୀ ନାୟର

ଧନୀ ହେବା ଏବଂ ନିଜ ଦମ୍‌ରେ ଧନୀ ହେବା ଭିତରେ ବହୁତ ଫରକ୍‌ ରହିଛି। ଏହି କଥା ଉପରେ ଜୋର୍‌ ଦେଇ ହୁରୁନ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ‘ହୁରୁନ ରିଚେଷ୍ଟ୍‍ ସେଲ୍ଫ ଓ୍ଵିମେନ ଇନ୍‌ ଦ ଓ୍ଵାର୍ଲ୍ଡ ୨୦୨୨’ ନାମରେ ଏକ ତାଲିକା ଜାରି କରିଛି। ଏଥିରେ ସେହି ମହିଳାମାନଙ୍କୁ ସ୍ଥାନ ଦିଆଯାଇଛି, ଯେଉଁମାନେ ନିଜ ଦମ୍‌ରେ ଅର୍ଥାତ୍‌ ନିଜ ଉଦ୍ୟମରେ ହିଁ ଧନୀ ହୋଇଛନ୍ତି। ନିଜ କଠିନ ପରିଶ୍ରମ ଏବଂ ଜୋଶ୍‌ର ସହିତ ସେମାନେ ଏହି ଅର୍ଥ ଉପାର୍ଜନ କରିଛନ୍ତି।

ଭାରତର ଫାଲ୍‌ଗୁନୀ ନାୟର ‘ଟପ୍‌-୧୦’ରେ

ହୁରୁନର ଏହି ତାଲିକାରେ ଅନ୍ୟାନ୍ୟ ଦେଶ ଭଳି ଭାରତୀୟ ମହିଳାମାନେ ମଧ୍ୟ ଜାଗା ପାଇବାକୁ ସକ୍ଷମ ରହିଛନ୍ତି। ଯଦିଓ ଲମ୍ବା ସମୟ ଧରି ସେଲ୍ଫ ମେଡ୍‌ ଓ୍ଵିମେନ ମୁକୁଟର ହକଦାର ରହି ଆସିଥିବା ବାୟୋକନର କିରଣ ମଜୁମଦାର ଶୋ’ ଏଥର ପଛରେ ପଡ଼ି ଯାଇଛି। ଭାରତୀୟ କମ୍ପାନୀ ‘Nykaa’ର ଫାଉଣ୍ଡର ଫାଲ୍‌ଗୁନୀ ନାୟର ତାଙ୍କୁ ପଛରେ ପକାଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଫାଲ୍‌ଗୁନୀ ନାୟର ୭.୬ ବିଲିୟନ ଡଲାର ସମ୍ପତ୍ତି ସହିତ ବିଶ୍ୱର ଟପ୍‌-୧୦ ସେଲ୍ଫ ମେଡ୍‌ କୋଟିପତି ମହିଳାଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ଏହି ଟପ୍‌-୧୦ ମହିଳାଙ୍କ ମଧ୍ୟରେ ୮ ଜଣ ମହିଳା ହେଉଛନ୍ତି ଚୀନର।

ଦୁନିଆର ସବୁଠାରୁ ଅଧିକ ସେଲ୍ଫ ମେଡ୍‌ ଓ୍ଵିମେନ ଚୀନ ରାଜଧାନୀ ବେଜିଂରେ ଅଛନ୍ତି। ଏଠାରେ ୧୪ ଜଣ କୋଟିପତି ମହିଳା ରହୁଛନ୍ତି। ଆଶ୍ଚର୍ଯ୍ୟର କଥା, ଦୁନିଆର ଯେଉଁ ୫ଟି ସହରରେ ସବୁଠାରୁ ଅଧିକ କୋଟିପତି ମହିଳା ରହୁଛନ୍ତି, ସେ ସବୁ ହେଉଛି ଚୀନ ସହର। ଏଥିରେ ଆମେରିକାର କିଛି ବି ସ୍ଥାନ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.