ନିଜ ବାହାଘରରେ ବ୍ୟାଟ୍‌ ନେଇ ପହଞ୍ଚିଲେ ସୁନ୍ଦରୀ ପାକିସ୍ତାନୀ କ୍ରିକେଟର, ସ୍ୱାମୀ ହେଲେ ଆଶ୍ଚର୍ଯ୍ୟ

ଦୁନିଆର ସବୁଠାରୁ ସୁନ୍ଦର ମହିଳା କ୍ରିକେଟର କାୟନାତ ଇମତିଆଜ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କାୟନାତ ମହମ୍ମଦ ବକାର ଉଦ୍ଦିନଙ୍କୁ ବିବାହ କରିଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, କାୟନାତ ବିବାହ କରିବାକୁ ଯିବା ସମୟରେ ସାଙ୍ଗରେ ବ୍ୟାଟ୍‌ ନେଇ ଯାଇଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ପ୍ରଥମେ କାୟନାତଙ୍କ ବିବାହ ଆଉ ତା’ ପରେ ମେହେନ୍ଦୀ ଏବଂ ଅନ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।

୨୦୧୦ରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିବା କାୟନାତ ନିଜ ବାହାଘରରେ ହାତରେ ବ୍ୟାଟ୍‌ ଧରି ପହଞ୍ଚିଥିଲେ। ବିବାହ ଉତ୍ସବରେ ଦୁହେଁ ଭିନ୍ନ ଷ୍ଟାଇଲରେ ଏଣ୍ଟ୍ରି କରିଥିଲେ। ଦୁହିଁଙ୍କ ପରିବାର ଏବଂ ବନ୍ଧୁମାନେ ଗାର୍ଡ ଅଫ ଅର୍ନର ଦେଇ ସ୍ୱାଗତ କରିଥିଲେ।

୨୯ ବର୍ଷୀୟ ଅଲରାଉଣ୍ଡର କାୟନାତ ପାକିସ୍ତାନର ପାଇଁ ୧୫ଟି ଦିନିକିଆ ଏବଂ ୧୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଦିନିକିଆ କ୍ରିକେଟରେ ୧୨୮ ରନ୍‌ ସହିତ ୯ ଓ୍ଵିକେଟ ନେଇଛନ୍ତି। ସେହିପରି ଟି-୨୦ ରେ ୧୨୦ ରନ୍‌ ସହିତ ୬ ଓ୍ଵିକେଟ ନେଇଛନ୍ତି।

୨୦୨୧ରେ ଶେଷ ମ୍ୟାଚ ଖେଳିଥିଲେ କାୟନାତ। ୨୦୦୫ରେ ପାକିସ୍ତାନରେ ହେଇଥିବା ଓ୍ଵିମେନ୍ସ ଏସିଆ କପ ସମୟରେ ଭାରତୀୟ ମହିଳା ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ସହିତ ଦେଖା ହୋଇଥିଲେ। ସେବେ ଠାରୁ ସେ ଦ୍ରୁତ ବୋଲର ହେବେ ବୋଲି ନିଷ୍ପତ୍ତି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.