ଶୁକ୍ରବାର ସନ୍ଧ୍ୟାରେ ନିଶ୍ଚିତ ରୂପେ ବନେଇ ଖାଆନ୍ତୁ “ମଟନ ଶିଖ କବାବ”, ଯିଏ ବି ଚାଖନ୍ତୁ ତାରିଫ ନକରି ରହିବେ ନାହିଁ

ବୁଧବାର କିମ୍ବା ଶୁକ୍ରବାର ହେଲେ ମନକୁ ଆସେ କେମିତି ଟିକେ ଆମିଷରେ ଭିନ୍ନ ଭିନ୍ନ ଆଇଟମ ପ୍ରସ୍ତୁତ କରି ଚାଖିବା ଓ ଅନ୍ୟମାନଙ୍କୁ ବି ଚଖେଇବା । ଏମିତିରେ ଆମେ ଘରେ ତ ଚିକେନ, ମଟନ ଆଦି କଶା କରି ଖାଇଥାଉ । ଅଣ୍ଡାରେ ଓମଲେଟ, ତରକାରୀ କିମ୍ବା ଅଣ୍ଡା ସିଝାରେ ଭଳି ଭଳିକା ଆଇଟମ ବନେଇ ଖାଇ ତାର ମଜା ନେଇଥାଉ । କିନ୍ତୁ କେବେ ଇଛା ହୁଏନି ଯେଉଁ ଗୁଡିକୁ ଆମେ ବାହାରୁ କିଣି ଖାଉ ସେଗୁଡିକୁ ଟିକେ ଘରେ ଟ୍ରାଏ କରିବା ପାଇଁ । ନିଜ ହାତରେ ବନେଇ ଚାଖିବା ପାଇଁ । ଆପଣଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ “ମଟନ ଶିଖ କବାବ” ।

ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ:

୨ କପ ମଟନ କିମା

୧ ଚାମଚ ଭିନେଗାର

୨ ଚାମଚ କସ୍ତୁରୀ ମେଥି

ଅଧା ଚାମଚ ରସୁଣ ପେଷ୍ଟ

ଅଧା ଚାମଚ ଅଦା ପେଷ୍ଟ

ଦେଢ଼ ଚାମଚ ଲୁଣ

କିଛି ଗୋଲମରିଚ ଗୁଣ୍ଡ

କିଛି ଗରମ ମସଲା

୨ ଚାମଚ ଧନିଆ ପତ୍ର

ଗୋଟେ ଚାମଚ କଞ୍ଚା ଲଙ୍କା

ତେଲ

ଚାଟ ମସଲା

କଟା ଯାଇଥିବା ଲେମ୍ବୁ

mutton
image credit: life berry

 

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ବଡ଼ ବାଉଲରେ ମିଟ କୁ କାଢ଼ି ଦିଅନ୍ତୁ । ଏଥିରେ ଆପଣ ଭିନେଗାର ଓ ମେଥି ପତ୍ର ଦିଅନ୍ତୁ ।

ଏବେ ସେଥିରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ । ଲୁଣ, ସ୍ୱାଦନୁସାରେ ଗୋଲମରିଚ ଗୁଣ୍ଡ ଦିଅନ୍ତୁ ।

ଏବେ ସେଥିରେ ଧନିଆ ପତ୍ର, କଞ୍ଚା ଲଙ୍କା ଦିଅନ୍ତୁ

ଏହି ମିଶ୍ରଣକୁ ୫ ଘଣ୍ଟା ଯାଏଁ ଫ୍ରିଜରେ ରଖିଦିଅନ୍ତୁ ।

ଖାଇବାର ମାତ୍ର କିଛି ସମୟ ପୂର୍ବରୁ ସେହି ମିଟକୁ ଷ୍ଟିକରେ ଭର୍ତ୍ତି କରନ୍ତୁ । ଏହା ପରେ ପ୍ରି ହିଟ କରି ଓଭାନରେ ୨୦ ରୁ ୨୫ ମିନିଟ ଯାଏଁ ବେକ କରନ୍ତୁ ।

ଏବେ ସେଥିରେ ହାଲକା ତେଲ ଲଗାନ୍ତୁ ଓ ୨ ମିନିଟ ପାଇଁ ବେକ କରନ୍ତୁ ।

ଏବେ ମଟନ କବାବକୁ ଆରାମରେ ବାହାର କରି ସମସ୍ତଙ୍କୁ ସର୍ଭ କରନ୍ତୁ ।

ଚାଟ ମସଲା, ପିଆଜ , ଲେମ୍ବୁ ଆଦିରେ ସଜେଇ ଚଟଣି ସହିତ ସର୍ଭ କରନ୍ତୁ ।

Leave A Reply

Your email address will not be published.