Below header

ପୁରୀ ହନୁମାନ ଜୟନ୍ତୀ କମିଟି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ: ଡ. ଇତି ସାମନ୍ତଙ୍କୁ ଶ୍ରୀକ୍ଷେତ୍ର ଗୌରବ ସମ୍ମାନରେ କରାଗଲା ସମ୍ମାନିତ

କେନ୍ୟୁଜ୍(ବ୍ୟୁରୋ): ଶ୍ରୀକ୍ଷେତ୍ର ହନୁମାନ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ ଶ୍ରୀମନ୍ଦିର ପାରମ୍ପରିକ ମହୋତ୍ସବର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି । ୩ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସନ୍ଥ, ମଠାଧୀଶ, ସେବାୟତ, ସାହିତ୍ୟିକ ଓ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଲୋକପ୍ରିୟ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତ ଓ ରକ୍ଷକ ନାୟକଙ୍କୁ ଶ୍ରୀକ୍ଷେତ୍ର ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସ୍ୱାମୀ ସମର୍ପଣନନ୍ଦ ଗିରି, ବ୍ରହ୍ମଚାରୀ ମାନସ ଚୈତନ୍ୟ, ସତ୍ୟାନନ୍ଦ ଦାସ, ମହନ୍ତ ରାମକୃଷ୍ଣ ଦାଶ, ରଘୁବୀର ଦାସ, ବଂଶୀଧର ଗୋସ୍ୱାମୀ ଆଦିଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର ନୀତିକାନ୍ତି ଓ ସାହିଯାତକୁ ନେଇ ପ୍ରସ୍ତୁତ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୀର ସାହିଯାତ, ରାବଣ, ହନୁମାନ, ନୃସିଂହ ମେଢ଼ ନୃତ୍ୟ ଇତ୍ୟାଦି ପରିବେଷିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ର ମାଧବ ପୂଜାପଣ୍ଡା, କାର୍ଯ୍ୟକ୍ରମ ନିଷ୍ପାଦକ, ରାମଚନ୍ଦ୍ର ଦାସ ମହାପାତ୍ର ଓ ପରିଚାଳନା ସମ୍ପାଦକ ସୁଦର୍ଶନ ପୂଜାପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.