କେତେ ବୁଦ୍ଧିଆ ଏହି ଜୀବ, ମୃତ୍ୟୁ କୂଅରୁ ପୋଷା କୁକୁର ବଞ୍ଚାଇଲା ଜୀବନ

ଆପଣ ଜାଣିଛନ୍ତି ଭଗବାନ ଏହି ଦୁନିଆରେ ରହିବାକୁ କେବଳ ମଣିଷକୁ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଗଢ଼ିଛନ୍ତି। ତାଙ୍କ ସୃଷ୍ଟି ଖୁବ୍ ସୁନ୍ଦର। ହୁଏତ ମଣିଷକୁ ହିଁ ଏହି ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ । କିନ୍ତୁ ଆପଣ ମଧ୍ୟ ନିଜ ଆଖିରେ ଅନେକ ଘଟଣା ଦେଖିଥିବେ ଯେଉଁଠି ମଣିଷର କାମ କରିଥାନ୍ତି ପଶୁ। କହିବାକୁ ଗଲେ ମଣିଷ ତ ନିଜର ସ୍ବାର୍ଥ ପାଇଁ କିଛି ବି କରି ପାରେ। ଏମିତିକି ଅନ୍ୟର ଜୀବନ ମଧ୍ୟ ନେଇପାରେ। କିନ୍ତୁ ଯଦି କୌଣସି ଗୃହପାଳିତ ପଶୁକୁ ଆପଣ ଠିକ୍ ଭାବେ ପାଳିଥିବେ, ସେ ଆପଣଙ୍କ ପାଇଁ କିଛି ବି କରି ପାରେ।

 

 

View this post on Instagram

 

A post shared by News24 India (@news24official)

ଏମିତି ଏକ ଘଟଣା ଘଟିଛି, ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଯେଉଁଠି ନିଜର ବୁଦ୍ଧି ଖଟାଇ ଓ ନିଜ ଜୀବନକୁ ବାଜି ଲଗାଇ କୁକୁର ବଞ୍ଚାଇଛି ନିଜ ମାଲିକଙ୍କ ଛୋଟ ପୁଅକୁ। ଆପଣ ଏହି ଭିଡ଼ିଓକୁ ଭଲ ଭାବରେ ଦେଖନ୍ତୁ, ଜାଣିପାରିବେ କେତେ ବୁଦ୍ଧିଆ ଏହି ପଶୁ। କାଳେ ଛୋଟ ପିଲାଟି କୂଅରେ ପଡ଼ିଯିବ ବୋଲି ତାକୁ କେମିତି ଟାଣି ଆଣୁଛି।

କେହି ନଥିବା ସମୟରେ ଦୁଇ ଭାଇ ଭଉଣୀ ବଲ୍ ଖେଳୁଥିବା ବେଳେ, ହଠାତ୍ ବଲ୍ ଟି କୂଅରେ ପଡ଼ିଯାଉଛି। କାହାକୁ ଡାକିବା ପାଇଁ ଭଉଣୀ ଘର ଭିତରକୁ ଯାଉଛି ତ ସେହି ବଲକୁ କାଢିବା ପାଇଁ ଛୋଟ ପୁଅଟି କୂଅ ପାଖକୁ ଯାଇ ବଲ୍ କାଢିବା ପାଇଁ ଚେଷ୍ଟା କରୁଛି। ହେଲେ କାଳେ ସେ କୂଅରେ ପଡ଼ିଯିବ, ତାହା ଦେଖି କୁକୁରଟି ତା ଡ୍ରେସ ଧରି ଟାଣି ଆଣୁଛି। ପରେ ନିଜେ ଯାଇ ବଲ୍ କାଢି ଆଣୁଛି ଓ ପିଲାଟିକୁ ଦେଇ ଦେଉଛି। ଏହା ଦେଖି ଆପଣ ଜାଣିପାରିଥିବେ କେତେ ବୁଦ୍ଧିଆ ଏହି ନିରୀହ ପ୍ରାଣୀ ଓ ନିଜ ମାଲିକଙ୍କ ପିଲାଙ୍କୁ ସେ କେତେ ଭଲ ପାଉଛି। ହେଲେ ଏହି ପ୍ରାଣୀ ମାନଙ୍କର ମଧ୍ୟ ଅନେକ ଭିଡ଼ିଓ ଆସେ ଯାହାକୁ ହୁଏତ ଦେଖିବା ପାଇଁ ବହୁତ୍ କଷ୍ଟ ମଧ୍ୟ ଲାଗେ। କାରଣ ଆମ ଜୀବନ ବଞ୍ଚାଉଥିବା ଏହି ଜୀବଙ୍କ ଉପରେ ହିଁ ଅତ୍ୟାଚାର ହୁଏ ଓ ଜୀବ ହିଂସା ହୋଇଥାଏ। କିନ୍ତୁ ଏପରି କରିବା ଅନୁଚିତ। କାରଣ ଏହି ଦୁନିଆରେ ସମସ୍ତ ପ୍ରାଣୀଙ୍କ ବଞ୍ଚିବାର ଅଧିକାର ଅଛି। ତେଣୁ ଆପଣ ଯଦି କେଉଁଠି ଅନିମଲ୍ କ୍ରୁଏଲ୍ଟି ବା ପଶୁ ହିଂସା ଦେଖୁଛନ୍ତି ତାକୁ ବିରୋଧ କରନ୍ତୁ।

Leave A Reply

Your email address will not be published.