Below header

ଚିତ୍ରକୋଣ୍ଡା ଓ ସ୍ୱାଭିମାନ୍‌ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର,ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା

ମାଲକାନଗିରି(କେନ୍ୟୁଜ୍): ସ୍ୱାଭିମାନ୍‌ ଅ଼ଞ୍ଚଳରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଆଜି ଚିତ୍ରକୋଣ୍ଡା ଓ ସ୍ୱାଭିମାନ୍‌ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପେପରମେଟାଲରେ ପହଞ୍ଚି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ୱାଭିମାନ୍‌ ଅ଼ଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ୍‌ ପ୍ରଦାନ କରିଛନ୍ତି। ଏହା ଅଧିନରେ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଚିତ୍ରକୋଣ୍ଡା ଲଞ୍ଚ ଘାଟରୁ ଲଞ୍ଚ ଯୋଗେ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ାରେ ପହଞ୍ଚିଥିଲେ । ହନ୍ତାଳଗୁଡ଼ାରେ ସେତୁ ଯୋଜନା ସହ ଅନ୍ୟ କାର୍ଯ୍ୟର ସମୀକ୍ଷା କରିଥିଲେ ।

suresh

ବଡ଼ପଡ଼ା ଠାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଚିକିତ୍ସାଳୟକୁ ବୁଲି ଦେଖିଥିଲେ । ସ୍ୱାଭିମାନ ଅଞ୍ଚଳରେ ଅଧିକ ବିକାଶ ଉପରେ ଜୋର ଦେଇଥିଲେ । ଗତକାଲି ମାଲକାନଗିରିରେ ପହଞ୍ଚି ଅନେକ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହାପରେ ଆଜି କୋରାପୁଟ ଗସ୍ତରେ ଯିବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଆସନ୍ତାକାଲି କୋଟିଆ, ଦେଓମାଳି ପରିଦର୍ଶନ କରି ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନାର ଅନୁଧ୍ୟାନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.