ଟାଟା ପ୍ଲେ ବାହାର କଲା ଶସ୍ତାଦାମରେ OTT Apps ସବସ୍କ୍ରିପସନ, ଜାଣନ୍ତୁ କିପରି ଉଠାଇବେ ଫାଇଦା

କମ ଦାମରେ OTT Apps ସବସ୍କ୍ରିପସନର ଫାଇଦା ଉଠାଇବାକୁ ଚାହୁଁଥିଲେ ଆଉ ବେଶି ଚନ୍ତା କରନ୍ତୁ ନାହିଁ । ଶସ୍ତା ଦାମରେ ଓଟିଟିର କଣ୍ଟେଟକୁ ଦେଖିବା ପାଇଁ ଚାହୁଁଥିଲେ ଟାଟା ପ୍ଲେ ଆଣିଛି ବଢ଼ିଆ ସୁଯୋଗ। ମାତ୍ର କମ ଟଙ୍କାରେ ଟାଟା ପ୍ଲେ ଶାନଦାର ସବସ୍କ୍ରିପସନ ପ୍ଲାନ ଆଣିଛି।

ଦେଶର ଲୋକପ୍ରିୟ ଡିଟିଏଚ କମ୍ପାନୀ ଟାଟା ସ୍କାଏ ଯାହାର ନାମ ଏବେ ପରିବର୍ତ୍ତନ ହୋଇ ଟାଟା ପ୍ଲେ ରଖାଯାଇଛି। ଏବେ ଏହା ନିଜ ଗ୍ରାହକଙ୍କ ପାଇଁ ଆକର୍ଷକ ସେବା ପ୍ରଦାନ କରିଆସୁଛି। ମନୋରଞ୍ଜନ କରିବା ପାଇଁ ଏହା ଗ୍ରାହକଙ୍କ ପାଇଁ ବେଷ୍ଟ ପ୍ଳାନ ବାହାର କରିଛି। ଯଦି ଆପଣଙ୍କର ଫିଲ୍ମ ଏବଂ େଓ୍ଵବ ସିରିଜ ଦେଖିବାର ସୌକ ଅଛି ତେବେ ଆପଣଙ୍କ ପାଇଁ ଏହି ପ୍ଳାନ ବେଷ୍ଟ ରହିବ। ପ୍ଲାନ ସମ୍ପର୍କରେ ଜାଣିବା ପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ।

ଟାଟା ପ୍ଳେ ଏକ ନୂଆ ପ୍ଲାନ ବାହାର କରିଛି। ଯେଉଁଥିରେ ଆପଣଙ୍କୁ ମାତ୍ର ୪୯ ଟଙ୍କା ଦେବାକୁ ପଡ଼ିବ। ଏଥିରେ ଆପଣ ଓଟିିଟି ଆପ୍ସ ସବସ୍କି୍ରିପସନ ପାଇପାରିବେ।

ଟାଟା ପ୍ଲେ ନୂଆ Tata Play Binger Starter Pack ବାହାର କରିଛି। ଏଥିରେ କେବଳ ୪୯ ଟଙ୍କା ଦେଇ ପ୍ଲାନର ପୁରା ଫାଇଦା ଉଠାଇପାରିବେ। ଏଥିରେ ଆପଣ ୪ଟି ଓଟିଟି ପ୍ଲାଟଫର୍ମର ସବସ୍କି୍ରପସନ ପାଇପାରିବେ। ଏହାର ବୈଧତା ରହିଛି ପୁରା ୩୦ ଦିନ। ୩୦ ଦିନ ଭାଲିଡିଟି ଥିବା ଏହି ପ୍ଳାନରେ ଆପଣଙ୍କୁ ୭ ଦିନର ଫ୍ରି ଟ୍ରାୟଲ ମଧ୍ୟ ଦିଆଯିବ। ୪୯ ଟଙ୍କାର ଏହି ପ୍ଳାନରେ ହଙ୍ଗାମା, ଏରସ୍‌ ନାଓ, ସିମାରୁମି ଏବଂ ଜି୫ ଆପ୍ସ କଣ୍ଟେଟ ଫ୍ରିରେ ଦେଖିପାରିବେ। ଏହି ପ୍ଲାନର ଖାସିୟତ ହେଉଛି ଏଥିରେ ଆପଣ ସୋ କିମ୍ବା ଫିଲ୍ମକୁ ଏକାସାଥିରେ ୩ ଟି ଡିଭାଇସ୍‌ ରେ ଦେଖିପାରିବେ।

ତେଣୁ କମ ଟଙ୍କାରେ ଏହା ଗ୍ରାହକଙ୍କୁ ବଢ଼ିଆ ଅଫର ଦେଉଛି ବୋଲି ଏଥିରେ କୌଣସି ସନ୍ଦେହ ନାହିଁ। ଏହି ପ୍ଳାନର ୟୁଜସ ର୍ କେବଳ ଓଟିଟି ପ୍ଳାଟଫର୍ମ ର କଣ୍ଟେଟକୁ ନିଜ ସ୍ମାର୍ଟଫୋନରେ ଦେଖିପାରିବେ। ଏହାକୁ ଟିଭିରେ ଷ୍ଟ୍ରିମ କରାଯାଇପାରିବ ନାହିଁ। ଏଥିପାଇଁ ଆପଣଙ୍କ ପାଖରେ ଟାଟା ପ୍ଲେ ବିଞ୍ଜ ଆପ୍‌ ଏବଂ ଆକ୍ଟିଭ ଡିଟିଏଚ କନେକସନ୍‌ ଥିବା ଜରୁରୀ। ପ୍ଲାନର ଫାଇଦା କେବଳ ଟାଟା ପ୍ଲେ ୟୁଜର୍ସ ହିଁ ଉଠାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.