ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ କପିଳାସ ଦତାତ୍ରେୟ ସାଇ ମନ୍ଦିରରୁ ଦୁଇଟି ଅହିରାଜ ସାପ ଉଦ୍ଧାର । ଗୋଟିଏ ଅହିରାଜ ସାପର ଲମ୍ବ ୧୬ ଫୁଟ ହୋଇଥିବା ବେଳେ ଅନ୍ୟଟିର ଲମ୍ବ ୧୪ ଫୁଟ । ଉଦ୍ଧାର ପରେ ସାପ ଦୁଇଟିକୁ ଉଦ୍ଧାର କରି ନିକଟସ୍ଥ ତପୋବନ ଜଙ୍ଗଲରେ ଛାଡି ଦେଇଛନ୍ତି ବନ କର୍ମଚାରୀ ।
ଗତ ଦୁଇ ବର୍ଷ ତଳେ ଏହି ସାଇ ମନ୍ଦିର ରୋଷ ଘରୁ ଏକ ଅହିରାଜ ସାପ ଉଦ୍ଧାର ହୋଇଥିଲା । ଜଙ୍ଗଲରେ ପାଣି ଅଭାବ ଥିବାରୁ ପାଣି ପିଇବାକୁ ମନ୍ଦିରକୁ ଆସୁଥିବା ସ୍ଥାନୀୟ ଲୋକ କହିଛନ୍ତି ।