Below header

ମହଙ୍ଗା ହେଲା ସାବୁନ ଓ ସର୍ଫ , ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଲା ଦର

ସାଧାରଣ ଜନତାଙ୍କ ଉପରେ ପୁଣି ଥରେ ଦରଦାମ ବୃଦ୍ଧି ନେଇ ଏକ ଝଟକା ଲାଗିଛି | ପେଟ୍ରୋଲ, ଡିଜେଲ, ଗ୍ୟାସ ସିଲିଣ୍ଡର ପରେ ଏବେ ସାବୁନ ଓ ସର୍ଫ ବି ମହଙ୍ଗା ହୋଇଯାଇଛି | ଲଗାତାର ଦରଦାମ ବୃଦ୍ଧି କାରଣରୁ ହିନ୍ଦୁସ୍ତାନ ୟୂନିଲିଭର ପରି କମ୍ପାନୀ ମାନେ ବି ନିଜ ନିଜ ପ୍ରସ୍ତୁତ ସାବୁନ ଓ ସର୍ଫ ଦରରେ କିଛିଟା ପରିବର୍ତ୍ତନ ଆଣିଛନ୍ତି | ଶୁଣାଯାଉଛିକି ପ୍ରାୟତ ଏହି କମ୍ପାନୀ ଗୁଡିକ ୨୦ ପ୍ରତିଶତ ପର୍ଯ୍ୟନ୍ତ ଦାମ ବଢ଼ାଇ ଦେଇଛନ୍ତି | ଯାହା ଫଳରେ କେତେ ଗୁଡିଏ ଲୋକପ୍ରିୟ ବ୍ରାଣ୍ଡର ସାବୁନ ଗୁଡିକ ବି କିଛିଟା ମାହାଙ୍ଗା ହୋଇଯାଇଛି | ଏବାବଦରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛିକି ଲଗାତାର ଭାବେ କଞ୍ଚାମାଲର ଦର ବୃଦ୍ଧି ହେଉଥିବାରୁ ପ୍ରଡକ୍ଟ ଗୁଡିକର ଦର ବଢ଼ାଇ ଦିଆଯାଇଛି |

ଏହା ବ୍ୟତୀତ ଇନପୁଟ କଷ୍ଟରେ ବି ପରିବର୍ତ୍ତନ ଆସିଥିବାରୁ ସାବୁନ, ସର୍ଫ ପରି ଅତ୍ୟାବଶ୍ୟକ ଜିନିଷ ଗୁଡିକର ମୂଲ୍ୟରେ ପରିବର୍ତ୍ତନ ଅଣାଯାଇଛି | ଡୋଭ, ପିଅର୍ଶ ଭଳି ସାବୁନର ୧୨୫ ଗ୍ରାମ ୟୁନିଟ ବିଶିଷ୍ଟ ପ୍ୟାକ ମୂଲ୍ୟ ୧୦ରୁ ୧୨ ଟଙ୍କା ବଢିଛି | ଯେବେକି ଲାଇଫବୟ ସାବୁନର ୪ ଟି ବାଲା ପ୍ୟାକର ଗୋଟେ ବଂଡଲ ଦର ୧୨୪ ରୁ ୧୩୬
ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି | ଠିକ ସେହି ପରି ହ୍ୱିଲ ଡିଟରଜେଣ୍ଟ , ଭୀମ ଲିକ୍ୱିଡ଼ ଗୁଡିକର ମୂଲ୍ୟରେ ବି ପରିବର୍ତ୍ତନ ଆସିଛି | କହିରଖିବା ଉଚିତ ହେବକି ଚଳିତ ବର୍ଷ କଞ୍ଚା ମାଲ ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି କମ୍ପାନୀ ପକ୍ଷରୁ ମୂଲ୍ୟ ବଢ଼ା ଯାଇଥିଲା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.