ଯାଜପୁର ମଙ୍ଗଳପୁର ଥାନା ଦଳେଇସାହିରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ମଙ୍ଗଳପୁର ଥାନା ବଉଳଙ୍ଗ ଛକ ନିକଟସ୍ଥ ଦଳେଇସାହିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁ ମୁହିଁ ଧକା ଜଣେ ମୃତ, ଜଣକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର।ମୁତକ ହେଲେ ଛଞ୍ଚିଣା ଗ୍ରାମର ସନ୍ତୋଷ କୁମାର ଜେନା । ଆହତ ଜଣକ ହେଲେ ଆଖୁଆସାହିର ରାଜେନ୍ଦ୍ର ଦାସ ।

ଆଜି ବାଇକରେ ଦୁଇଜଣ ଯାଉଥିବା ସମୟରେ ମୁହାଁ ମୁହିଁ ଧକା ହୋଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଗୁରୁତର ରାଜେନ୍ଦ୍ରର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.