Below header

ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଗାଁ ଦାଣ୍ଡ ପାଲଟିଲା ରଣଭୂମୀ, ଶତାଧିକ ମହିଳା ଓ ପୁରୁଷ ଠେଙ୍ଗାବାଡି ଧରି ଆକ୍ରମଣ

ଭଞ୍ଜନଗର(କେନ୍ୟୁଜ୍):  ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଣନଇଖରିଡା ଗାଁରେ ଖଣ୍ଡଯୁଦ୍ଧ । ଗୋଟିଏ ସାହିର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ଭିଡିଓ ଭାଇରାଲ୍‌ ହୋଇଛି । ଏଥିରେ ଶହଶହ ମହିଳା ଓ ପୁରୁଷ ଠେଙ୍ଗାବାଡି ଧରି ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏଥିରେ ଜଣେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଆଉ କିଛି ସାମାନ୍ୟ ଆହତ ହୋଇଛନ୍ତି । ତେବେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟିଥିବା ଆହତ ମହିଳା ଜଣକ ଭିଡିଓ ବାର୍ତ୍ତାରେ କହିଛନ୍ତି । ଏନେଇ କବିସୂର୍ଯ୍ୟନଗର ଥାନାରେ କୌଣସି ଏତାଲା ହୋଇନଥିବା ଥାନାଧିକାରୀ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.