ବ୍ଯାସନଗର ଅନାଥଶ୍ରମରେ ରହୁଥିବା ଦୁଇ ନାବାଳିକା ଭଉଣୀଙ୍କୁ ମିଳିଲା ସାହାରା, ପୋଷ୍ୟ ସନ୍ତାନ ଭାବେ କୋଳେଇ ନେଲେ ବିଦେଶୀ ଦମ୍ପତି 

ଯାଜପୁର ଟାଉନ (କେନ୍ୟୁଜ୍): ଓଡ଼ିଆ ଅନାଥ ଦୁଇ ଭଉଣୀଙ୍କୁ କୋଳେଇ ନେଲେ ବିଦେଶୀ ଦମ୍ପତି। ଯାଜପୁର ବ୍ଯାସନଗରର ଏକ ଅନାଥଶ୍ରମରେ ରହୁଥିବା ଦୁଇ ନାବାଳିକା ଭଉଣୀଙ୍କୁ ସରକାରଙ୍କ ନିୟମ ମୁତାବକ ସ୍ବତନ୍ତ୍ର ପୋଷ୍ଯ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ପ୍ରାନ୍ସ ରେ ରହୁଥିବା ଡାକ୍ତର ଏରିକ କରିମ ଦମ୍ପତି।  ଏହି ଦମ୍ପତି ଦୁଇ ବର୍ଷ ହେଲା ପୋଷ୍ଯ ସନ୍ତାନ ଗ୍ରହଣ କରିବାକୁ ଆବେଦନ କରିଥିଲେ।

ସରକାରୀ ଗାଇଡ଼ ଲାଇନକୁ ଅନୁପାଳନ କରି ଏହି ଦମ୍ପତିଙ୍କୁ ନାବାଳିକା ଭଉଣୀଙ୍କୁ ହସ୍ତାନ୍ତର କରାଯାଇଛି। ଏହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.