ଭଦ୍ରକ: ବୈତରଣୀ ବ୍ରିଜରୁ ଗତକାଲି ନଈକୁ ଡେଇଁଥିବା ଛାତ୍ରୀଙ୍କ ମୃତ ଦେହ ମିଳିଲା, ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଲା ପୋଲିସ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜକନିକାକୁ ସଂଯୋଗ କରୁଥିବା ବୈତରଣୀ ବ୍ରିଜରୁ ଗତକାଲି ନଈକୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଥିଲେ। ମୃତ ଦେହ ଆଜି ଡେଇଁ ଥିବା ବ୍ରିଜ୍ ଠାରୁ କିଛି ଦୂର ଚାନ୍ଦବାଲି ପଟରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ରାଜକନିକା ଦମକଳ ବାହିନୀ ଚାନ୍ଦବାଲି ପୋଲିସ୍ ପହଞ୍ଚି ଶବକୁ ଉଦ୍ଧାର କରିବା ପରେ ଛାତ୍ରୀ ଜଣଙ୍କର ମାମୁଁ  ମୃତ ଛାତ୍ରୀଙ୍କୁ ଚିହ୍ନଟ କରିଥିଲେ। ପୋଲିସ୍ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ଗତକାଲି ଛାତ୍ରୀ ଜଣକ ଚାନ୍ଦବାଲିକୁ କମ୍ପ୍ୟୁଟର କ୍ଲାସ୍ କରିବାକୁ କହି ମାମୁଁ ଘର ବୁରୁଡ଼ିଆରୁ ଆସିଥିଲେ। ହେଲେ ବୈତରଣୀ ବ୍ରିଜ୍ ଉପରେ ସାଇକେଲ ଓ ବ୍ୟାଗ ରଖିଦେଇ ନଦୀକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ।  ଘଟଣାର ଖବର ପାଇ ଦମକଳ ବାହିନୀ ବହୁ ଖୋଜାଖୋଜି କରିଥିଲା କିନ୍ତୁ ଛାତ୍ରୀ ଜଣକୁ ପାଇନଥିଲା। ଏନେଇ ରାଜକନିକା ଓ ଚାନ୍ଦବାଲି ଥାନାରେ ଛାତ୍ରୀଙ୍କ ମାମୁଁ ଘର ତରଫରୁ ଏତଲା କରାଯାଇଥିଲା। ଆଜି ଶବ ମିଳିବା ପରେ ବ୍ୟବଚ୍ଛେଦ କରି ତଦନ୍ତ ଜାରି ରଖିଛି ପୋଲିସ। ତେବେ ଏହା ପ୍ରେମଜନିତ ଆତ୍ମହତ୍ୟା ହୋଇଥିବାର ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.