ଓଡିଶାର ବିଭିନ୍ନ ମେଡିକାଲ କଲେଜରେ ପାଠ ପଢିବା ପାଇଁ ବ୍ୟବସ୍ଥା କରିବାକୁ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ଦାବି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଭେଟିଲେ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଭେଟିଲେ ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ ଏବଂ ଅଭିଭାବକ। ଯୁଦ୍ଧ ପାଇଁ ଡାକ୍ତରୀ ପଢା ପ୍ରଭାବିତ ହୋଇଥିବା ବେଳେ କେବେ ପରିସ୍ଥିତି ସ୍ବାଭାବିକ ହେବ ତହା କହିବା ମୁସ୍କିଲ। ତେଣୁ ପ୍ରଭାବିତ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କୁ ଭାରତ ତଥା ଓଡିଶାରେ ଥିବା ବିଭିନ୍ନ ମେଡିକାଲ କଲେଜରେ ପାଠ ପଢିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।

ଏନେଇ ସାଂସଦ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ପାଠ ପଢିବା ପାଇଁ ବ୍ୟବସ୍ଥା କରା ନଯାଏ ତେବେ ଓଡ଼ିଶାର ୫ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି କହିଛନ୍ତି।

ସେପଟେ ଛାତ୍ରଛାତ୍ରୀଙ୍କ ଦାବି ଶୁଣିବା ପରେ ଘଟଣା ନେଇ ସଂସଦରେ ପ୍ରଶ୍ନ ଉଠାଇଥିବା କହିଛନ୍ତି ସାଂସଦ ଅମର ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଆଲୋଚନା ମାଧ୍ୟମରେ ପିଲାମାନଙ୍କ ସମସ୍ୟାର ସମାଧାନ ହୋଇପାରିବ ଏବଂ ଏଥିପାଇଁ କେନ୍ଦ୍ର ସରକାର, ମେଡିକାଲ କାଉନସିଲ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଉଦ୍ୟମ କରିବେ ବୋଲି ସାଂସଦ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.