ପାଣି ମୋଟର ପ୍ଲଗର ବିଦ୍ୟୁତ ସଂସ୍ପର୍ଷରେ ଆସି ଆଗେ ପୁଅ ପରେ ମା ବୁଜିଲା ଆଖି, ଗାଁରେ ଶୋକାକୂଳ ପରିବେଶ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାନ କୃଷ୍ଣପୁର ପଞ୍ଚୟତ ନଟିଆପାଳ ନାୟକ ସାହି ଗାଁରେ ଅଘଟଣ । ବିଦ୍ୟୁତ ଆଘାତରେ ମା ଓ ପୁଅର ମୃତ୍ୟୁ । ଗାଁର ସଂଜୟ ନାୟକଙ୍କ ୪୫ ବର୍ଷୀୟ ସ୍ତ୍ରୀ ଲଷ୍ମୀମଣୀ ଓ ୧୪ ବର୍ଷର ପୁଅ ସପନ ନାୟକ ଓ ପରିବାର ଲୋକେ ମିଶି ନିଜ ବାଡ଼ିରେ ଗୋବରରେ ଇଲେକ୍ଟ୍ରୀ ମୋଟର ସହାଯ୍ୟରେ ପାଣି ଦେଉଥିଲେ । ଗୋବରରେ ପାଣି ଭର୍ତ୍ତି ହେବା ପରେ ଲକ୍ଷ୍ମୀମଣୀ ପୁଅକୁ ମୋଟରର ପ୍ଲକ କାଢିବାକୁ କହିଥିଲେ ।

ପୁଅ ସପନ ମୋଟର ପ୍ଲକ କାଢୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ସେ ଚିତ୍କାର କରିଥିଲା । ପୁଅର ଚିତ୍କାର ଶୁଣି ପୁଅକୁ ବିଦ୍ୟୁତ ଆଘାତରୁ ବାହାର କରିବା  ବେଳେ ମା’ ମଧ୍ୟ ବିଦ୍ୟୁତ  ସଂସ୍ପର୍ଷରେ ଆସି ଚିତ୍କାର କାରି ତଳେ ପଡି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ମା ଓ ପୁଅକୁ ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ । ତେବେ ଉଭୟଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଗୋଟିଏ ପରିବାରର ମା ଓ ପୁଅର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.