ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲିପଡିଛି ଚାକିରି, ୧୨ଶ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଛନ୍ତି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପିଅନ ପଦବୀ ଖାଲିପଡିଛି। ଯଦି ଆପଣ ୧୨ଶ ପାସ୍‌ କରିଛନ୍ତି, ତେବେ ୨୨ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହା ପରେ ପ୍ରାର୍ଥୀଙ୍କ ଫର୍ମକୁ ଗ୍ରହଣ କରାଯିବ ନାହିଁ। ଅଧିକ ଜାଣିବା ନୋଟିଫିକେସନ ଚେକ୍‌ କରିପାରିବେ। ଯଦି ଆପଣ ଫର୍ମରେ କୌଣସି ତ୍ରୁଟି କରିଥାନ୍ତି, ତେବେ ଏହାକୁ ଗ୍ରହଣ କରାଯିବ ନାହିଁ।
ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଫର୍ମ ଅଫଲାଇନ ଜମା କରିବାକୁ ହେବ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୪ ବର୍ଷ ହୋଇଥିବା ଜରୁରୀ। ଏହାଠାରୁ ଅଧିକ ବୟସ୍କ ପ୍ରାର୍ଥୀଙ୍କ ଫର୍ମକୁ ରିଜେକ୍ଟ କରିଦିଆଯିବ।

ଶିକ୍ଷାଗତ ଯୋଗ୍ୟତା : ପିଅନ ପଦବୀ ପାଇଁ ପ୍ରାର୍ଥୀ ୧୨ଶ ପାସ୍‌ କରିଥିବା ଜରୁରୀ। ଏହାଛଡା ଆବେଦନକାରୀ ଇଂଲିଶ ଲେଖିବା ଏବଂ କହିପାରୁଥିବା ଜରୁରୀ।

ଦରମା: ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ଦରମା ୧୪,୫୦୦ ଟଙ୍କାରୁ ୨୮,୧୪୫ ଟଙ୍କା ମିଳିବ।

କେମିତି କରିବେ ଆବେଦନ : ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନପତ୍ର ସହିତ ସମସ୍ତ ଦସ୍ତାବିଜ ପ୍ରଦାନ କରନ୍ତୁ। ଏହି ଠିକଣାରେ ସବୁ ଦସ୍ତାବିଜ ଏବଂ ଫର୍ମ ପଠାଇବା ଜରୁରୀ।

“Chief Manager, HRD Department, Punjab National Bank, Circle Office Malda, PS English bazar, West Bengal -732101”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.