ଏମିତି ଭୁଲ୍‌ କରି ବସନ୍ତୁନି…ଅନ୍ୟର ଏହି ୫ଟି ଜିନିଷ କଦାପି କରନ୍ତୁନି ବ୍ୟବହାର; ତୁରନ୍ତ ଆରମ୍ଭ ହୋଇଯିବ ଖରାପ ସମୟ

ଆମ ଭିତରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟର ଜିନଷ ଦେଖି ଲୋଭେଇ ଯାଆନ୍ତି ଏବଂ ସବୁବେଳେ ସେମାନଙ୍କ ଜିନିଷ ମାଗି ପିନ୍ଧି ଥାଆନ୍ତି। ଯଦିଓ କିଛି ଜାଗାରେ ଏମିତି କରିବା ଚଳି ଯାଇଥାଏ, କିନ୍ତୁ ସବୁ ସମୟରେ ଅନ୍ୟ ଜିନିଷ ବ୍ୟବହାର କରିବା ଦ୍ୱାରା ଜୀବନରେ ବିପଦ ମାଡ଼ି ଆସିଥାଏ। ଅନ୍ୟର ଜିନିଷ ଉପଯୋଗ ଦ୍ୱାରା ସେମାନଙ୍କ ନକାରାତ୍ମକ ଶକ୍ତି ବି ସାଥୀରେ ଚାଲି ଆସିଥାଏ ଏବଂ ଅନେକ କ୍ଷତି ଘଟାଇଥାଏ। ବାସ୍ତୁ ଶାସ୍ତ୍ରରେ, ଅନ୍ୟଠୁ ମଗାଯାଇଥିବା କିଛି ଜିନିଷର ଉପଯୋଗ କରିବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା…

ପୋଷାକ: ବାସ୍ତ ଅନୁସାରେ, କେବେ କାହାର ଲୁଗାପଟା ପିନ୍ଧିବା ଉଚିତ ନୁହେଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏମିତି କରିବା ଅନୁଚିତ୍‌। ଅନ୍ୟର ପୋଷାକ ପିନ୍ଧିବା ଦ୍ୱାରା କୁଣ୍ଡାଇ ହେବା ଭଳି ସ୍କିନ୍‌ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ଘଣ୍ଟା: କେବେ ବି ଅନ୍ୟ ଜଣଙ୍କ ଘଣ୍ଟା ମାଗି ପିନ୍ଧନ୍ତୁ ନାହିଁ। ଏହା କେବଳ ସମୟକୁ ହିଁ ସୂଚାଇ ନ ଥାଏ, ବରଂ ଜୀବନର ଭଲମନ୍ଦ ସମୟ ସହିତ ବି ଏହାର ସମ୍ବନ୍ଧ ରହିଥାଏ। ବାସ୍ତୁ ଅନୁସାରେ, ଅନ୍ୟର ଘଣ୍ଟା ମାଗି ପିନ୍ଧିବା ଦ୍ୱାରା ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇ ଯାଇଥାଏ।

ଜୋତା-ଚପଲ: ଜୋତା-ଚପଲର ସମ୍ବନ୍ଧ ଶନିଙ୍କ ସହ ଜଡ଼ିତ ରହିଛି। ଅନ୍ୟର ଜୋତା-ଚପଲ ପିନ୍ଧିବା ଦ୍ୱାରା ସେମାନଙ୍କ ଶନି ଦୋଷର ପ୍ରଭାବ ଆପଣଙ୍କୁ ମୁଣ୍ଡାଇବାକୁ ପଡ଼ିବ। ଜୀବନରେ ବିପଦ ମାଡ଼ି ଆସିବ। ତେଣୁ କେବେ ବି ଅନ୍ୟର ଫୁଟ୍‌େଓ୍ଵୟାର ବ୍ୟବହାର କରନ୍ତୁ ନାହିଁ।

ଗହଣା: ଗହଣା ସୌଭାଗ୍ୟର ଚିହ୍ନ ହୋଇଥାଏ। ଆପଣ ନିଜ ଗହଣାକୁ ନା କାହାକୁ ଦେବା ଉଚିତ ନା କାହାଠାରୁ ଆଣିବା ଉଚିତ। ଯଦି ଆପଣ ଆଉ କାହାର ଗହଣା ପିନ୍ଧିବେ, ତ ଏହାର ନକାରାତ୍ମକ ପ୍ରଭାବ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ଉପରେ ପଡ଼ିବ।

କଲମ: ବାସ୍ତୁ ଶାସ୍ତ୍ରରେ, କାହାର ପେନ୍‌ ନେବାକୁ ମଧ୍ୟ ମନା କରାଯାଇଛି। ଏମିତି କରିବା ଦ୍ୱାରା କ୍ୟାରିୟର, ବେପାର ଏବଂ ଆର୍ଥିକ ସ୍ଥିତିରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.